୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଛି ଶ୍ରୀ ସିମେଣ୍ଟ

add-all

ଜୟପୁର : ରାଜସ୍ଥାନର ଶ୍ରୀ ସିମେଣ୍ଟ ଲିଃର ଗୁମର ଖୋଲିଛି। ଆୟକର ବିଭାଗ କମ୍ପାନୀର ଏକାଧିକ ସ୍ଥାନରେ ରେଡ୍‌ କରୁଥିବା ବେଳେ ଏବେ ଚମକାଇ ଦେବା ଭଳି ସତ ସାମ୍ନାକୁ ଆସିଛି। ଏହି କମ୍ପାନୀ ୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଥିବା ଆୟକର ବିଭାଗ ଜାଣିବାକୁ ପାଇଛି। ଦେଶ ଇତିହାସରେ ଏହା ଅନ୍ୟତମ ବଡ଼ ଟିକସ ପାଙ୍କି ଘଟଣା। ପ୍ରତିବର୍ଷ କମ୍ପାନୀ ୧୨ ଶହରୁ ୧୪ ଶହ କୋଟି ଟଙ୍କାର ଟିକସ ଫାଙ୍କି ଥିବା ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି। 

ଚଳିତ ସପ୍ତାହରେ ଦୁଇ ଥର ପାଇଁ କମ୍ପାନୀର ଏକାଧିକ ଠିକଣାରେ ରେଡ କରାଯାଇଛି। ଏହାର ମୁଖ୍ୟାଳୟ କୋଲକାତାରେ ଥିଲେ ହେଁ ରାଜସ୍ଥାନରେ ଏହା ତା’ର କାମ କରି ଚାଲିଥିଲା। ତେବେ ଶ୍ରୀ ସିମେଣ୍ଟ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ୍‌ ପରେ ସଂସ୍ଥା ଚଳାଇଥିବା କଳା କାରବାର ସମ୍ପର୍କରେ ତଥ୍ୟ ମିଳିଛି।

ଆୟକର ବିଭାଗ ୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିର ଦସ୍ତାବିଜ ହାସଲ କରିଛି। ଏହା ବ୍ୟତୀତ ସରପଞ୍ଚ, ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥା ସହିତ ହୋଇଥିବା ନକଲି ଚୁକ୍ତିନାମା ମଧ୍ୟ ମିଳିଛି। ନକଲି ଚୁକ୍ତିନାମା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଯାଇଛି।

ଜୟପୁର ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ସିମେଣ୍ଟ ଗ୍ରୁପର ୨୪ ରୁ ଅଧିକ ସ୍ଥାନରେ ଏବେ ବି ଛାନଭିନ କରୁଛନ୍ତି। ଜୟପୁର, ବେୱାର, ଉଦୟପୁର, ଆଜମେର ଓ ଚିତ୍ତରଗଡ଼ରେ ରେଡ ଚାଲିଥିବା ଜଣାପଡ଼ିଛି। ତେବେ କମ୍ପାନୀ ପକ୍ଷରୁ ଏଯାଏ କୌଣସି ପ୍ରକାରର ବିବୃତି ଜାରି କରାଯାଇନି।

ad-week
Leave A Reply

Your email address will not be published.