ଜୁନ୍‌ ୨୬ରୁ ତିନିଦିନିଆ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ

add-all

ଭୁବନେଶ୍ବର: ଚଳିତ ମାସ ୨୬ ତାରିଖ ଠାରୁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜଧାନୀ ଭୁବନେଶ୍ଵରସ୍ଥିତ ଏକାମ୍ର କ୍ଷେତ୍ର ତିନି ଦିନ ଧରି ଉତ୍ସବମୁଖର ହେବ। ଏହି ସମାରୋହରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅନେକ ଲୋକଙ୍କ ସମାଗମ ହେବ। ଏକାମ୍ର ପ୍ରକଳ୍ପ ଭୂମି ପୂଜନ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ କମିସନରେଟ ପୁଲିସ ସମୀକ୍ଷା କରିଛି।

ଡିସିପି ପ୍ରତୀକ ସିଂ କହିଛନ୍ତି, ଆସନ୍ତାକାଲି (ସୋମବାର) ଠାରୁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ତିନିଦିନ ଯାଏଁ ଜାରି ରହିବ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ଅନେକ ଲୋକଙ୍କ ଆଗମନ ହେବ। ତାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ନେଇ ଆଜି ସମୀକ୍ଷା କରାଯାଇଛି। ଏହି ତିନି ଦିନ ମଧ୍ୟରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତିନୋଟି ସିଫ୍ଟରେ ୨୪ ଘଣ୍ଟା ପୁଲିସ ଅଧିକାରୀ ରହିବେ। ମନ୍ଦିର ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଭିନ୍ନ ସ୍ଥନରେ ପାର୍କିଂଙ୍ଗ ବ୍ୟବସ୍ଥା ହୋଇଛି। ଏଥିସହ ଡିସିପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଡିସିପି, ୫ ଜଣ ଏସିପି, ୯ ଜଣ ଆଇଆଇସି ମୁତୟନ ରହିବେ। କଣ୍ଟ୍ରୋଲ ରୁମ ରହିବ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ଲ ଆଣ୍ଡ ଅର୍ଡର , ଚୋରି, ସ୍ନାଚିଂ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ।

ad-week
Leave A Reply

Your email address will not be published.