ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମେହବୁବା ମୁଫତି

add-all

ନୂଆଦିଲ୍ଲୀ :ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାପ ପିଡିପି ମୁଖ୍ୟ ମେହବୁବା ମୁଫତି ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୫୦ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ପୁଲୱାମାରେ ଥିବା ଗୋଟିଏ ମସିଜିଦରେ ପ୍ରବେଶ କରିଥିଲେ।

ଏହାପରେ ସେଠାରେ ଥିବା ମୁସଲିମମାନଙ୍କୁ ଧମକାଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିଲେ। ଏହା ଉତ୍ତଜେନା ସୃଷ୍ଟି କରିବା ଭଳି ପଦକ୍ଷେପ ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏହା ଉପରେ ତଦନ୍ତ କରନ୍ତୁ ବୋଲି ମୁଫତି ଅନୁରୋଧ କରିଛନ୍ତି।

ଜୁନ ୧୪ରେ ଜେନେରାଲ ରାଜୀବ ଆର୍ମିର ଚିନରା କ୍ରପ୍ସର କମାଣ୍ଡ ଦାୟିତ୍ୱ ନେଇଛନ୍ତି। ପାକିସ୍ତାନ ସୀମା ଓ କଶ୍ମୀରରେ ଆତଙ୍କବାଦ ନିରୋଧୀ ଅପରେସନ ତାଙ୍କ ଉପରେ ରହିଛି। ତେଣୁ ମୁଫତି ଭାରତୀୟ ସେନା ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ତାଙ୍କୁ କହିଛନ୍ତି।

ମୁଫତି ଟ୍ୱିଟ କରି କହିଛନ୍ତି, “୫୦ଆରଆର ଟ୍ରୁପ୍ସ ପୁଲୱାମାର ଗୋଟିଏ ମସଜିଦରେ ଧସେଇ ପଶିଥିଲେ ଓ ମୁସଲିମମାନଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିବା ଘଟଣା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଅମିତ ଶାହ ଏଠାରେ ଥିବା ବେଳେ ଓ ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏପରି ଘଟଣା କେବଳ ଉତ୍ତେଜନା ସୃଷ୍ଟି କରିବ। ତେଣୁ ରାଜୀବ ଘାଇ ତୁରନ୍ତ ଗୋଟିଏ କମିଟି ଗଠନ କରି ତଦନ୍ତ କରନ୍ତୁ।”

ଏପ୍ରିଲ ମାସରେ ମୁଫତି ଅଭିଯୋଗ କରିଥିଲେ ଯେ ଜି-୨୦ ଇଭେଣ୍ଟ ପାଇଁ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଉଛି ଓ ସେମାନଙ୍କୁ ନିର୍ଯାତନା ଦିଆଯାଉଛି।

ad-week
Leave A Reply

Your email address will not be published.