ଆମେରିକାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନର ଦର ନେଇ ସହମତି ହୋଇନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଓ ସେ ଏବେ ଇଜିପ୍ଟ ଗସ୍ତରେ ଅଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ଆମେରିକା ଗସ୍ତ ସମୟରେ ହିଁ  ପ୍ରିଡେଟର ଡ୍ରୋନ କ୍ରୟ କଥା ଚର୍ଚ୍ଚାରେ ଥିଲା । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଭାରତ ମହଙ୍ଗା ଦରରେ ଏହାକୁ କିଣିବାକୁ ରାଜି ହୋଇଛି । କିନ୍ତୁ ରବିବାର ପ୍ରତିରକ୍ଷା ମନ୍ତ୍ରାଳୟ ଏସବୁ ରିପୋର୍ଟକୁ ଖଣ୍ଡନ କରିଛି ।  ଏହି ଡ୍ରୋନଗୁଡ଼ିକର ଦର ସମ୍ପର୍କରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସହମତି ସୃଷ୍ଟି ହୋଇନାହିଁ ବୋଲି ମନ୍ତ୍ରାଳୟ କହିଛି । ମନ୍ତ୍ରା​ଳୟ ଯେ ଏଭଳି ଖବର ପ୍ରସାରିତ କରି ଡ୍ରୋନ୍ ଅଧିଗ୍ରହଣ ଚୁକ୍ତିକୁ ରୋକିବାକୁ ଚେଷ୍ଟା କରାଯାଉଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୩୧ଟି ଏମ୍କ୍ୟୁ-୯ବି ଡ୍ରୋନ୍ କିଣିବାକୁ ମଞ୍ଜୁରି ଦେଇଛି। ଏହି ଚୁକ୍ତି ଅନୁଯାୟୀ ୧୬ଟି ଏୟାର ଅବ୍ଜର୍ଭେସନ୍ ଡ୍ରୋନ୍ ଏବଂ ୧୫ଟି ସି ଅବଜର୍ଭେସନ୍ ଡ୍ରୋନ୍ କିଣାଯିବ। ଏହି ଡ୍ରୋନ୍ ତିନି ସେନା ପାଇଁ କିଣାଯିବ। ଏହି ଚୁକ୍ତିର ମୂଲ୍ୟ ଆମେରିକା ସରକାର ୩,୦୭୨ ନିୟୁତ ଡଲାର ବୋଲି ଆକଳନ କରିଛନ୍ତି । କିନ୍ତୁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆମେରିକା ସରକାରଙ୍କ ଠାରୁ ଏହି ଡିଲକୁ ଅନୁମୋଦନ ମିଳିବା ପରେ ଡ୍ରୋନର ମୂଲ୍ୟ ଉପରେ ଚୂଡ଼ାନ୍ତ ଆଲୋଚନା କରାଯିବ ।

ad-week
Leave A Reply

Your email address will not be published.