ବର୍ଷାପାଣିରୁ ବାହାରିବା ପାଇଁ ବିଦ୍ୟୁତ ଖମ୍ଭକୁ ଧରିବା ହେଲା କାଳ, ସାକ୍ଷୀଙ୍କ ଉଡ଼ିଗଲା ପ୍ରାଣବାୟୁ

add-all

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଉକ୍ତ ମହିଳା ଜଣକ ଷ୍ଟେସନ ଯାଉଥିବା ବେଳେ ଷ୍ଟେସନ ରାସ୍ତାରେ ବର୍ଷା ପାଣି ଭରି ଯାଇଥିଲା। ପାଣିରୁ ବାହାରିବା ପାଇଁ ମହିଳା ଜଣକ ନିକଟସ୍ଥ ଏକ ବିଦ୍ୟୁତ ଖମ୍ଭକୁ ଧରି ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ।

ଯେମିତି ଯୁବତୀ ଜଣକ ଉକ୍ତ ବିଦ୍ୟୁତ  ଖମ୍ଭକୁ ଧରିଥିଲେ। ତାଙ୍କୁ ବିଦ୍ୟୁତ ଝଟକା ଲାଗିଥିଲା। ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ କି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଲୱେ ପୁଲିସ ଘଟଣାର ଯାଞ୍ଚ କରୁଛି। ଯିଏ ବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଦିଲ୍ଲୀର ପ୍ରୀତ ବିହାରରେ ରହୁଥିବା ସାକ୍ଷୀ ଆହୁଜା ନାମକ ମହିଳା ସକାଳ ସାଢ଼େ ୫ଟା ସମୟରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ଉକ୍ତ ମହିଳାଙ୍କ ସହିତ ଦୁଇ ଅନ୍ୟ ମହିଳା ଓ ୩ଜଣ ପିଲା ବି ଥିଲେ।

ସାକ୍ଷୀଙ୍କୁ ଭୋପାଳ ଶତାବ୍ଦୀ ଟ୍ରେନରେ ଯିବାର ଥିଲା। ରାତିରୁ ଲଗାତାର ବର୍ଷା ଲାଗି ରହିଥିବା ହେତୁ ଷ୍ଟେସନ ଆଖପାଖ ସ୍ଥାନରେ ପାଣି ଭରି ଯାଇଥିଲା। ସାକ୍ଷୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯେମିତି ହିଁ ବିଜୁଳି ଖମ୍ଭର ସାହାଯ୍ୟ ନେଇଛନ୍ତି ତାଙ୍କ କରେଣ୍ଟ ଲାଗିଥିଲ। ଆଉ ସେ ସେଠାରେ ଲଟକି ଯାଇଥିଲେ। ତାଙ୍କୁ ସ୍ଥାନୀୟ‌ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।ସାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

ତେବେ ସ୍ଥାନୀୟଲୋକଙ୍କ କହିବାନୁସାରେ, ସାକ୍ଷୀ ଯେଉଁ ବିଦ୍ୟୁତ ଖମ୍ଭକୁ ଧରିଥିଲେ, ସେଥିରେ ଖୋଲା ବିଦ୍ୟୁତ ତାର ଝୁଲୁଥିବା। ଯେଉଁଥିରେ କରେଣ୍ଟ ଥିଲା। ଏହି କାରଣରୁ ଏଭଳି ଅଘଟଣା ଘଟିଯାଇଛି।

ad-week
Leave A Reply

Your email address will not be published.