
ଫୁଲବାଣୀ : ସ୍ଥାନୀୟ ହୋଟେଲ ଡ୍ରିମଲାଣ୍ଡରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ହେଲ୍ସ ଏଜ ଇଣ୍ଡିଆ, ଓଡିଶା, ଭୁବନେଶ୍ବର ଙ୍କ ସହୋଯୋଗରେ ସାଇବର କ୍ରାଇମ ଏବଂ ଡିଜିଟାଲ ସୁରକ୍ଷା ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥୁଲା । ଏହି କର୍ମଶାଳାକୁ ଫୁଲବାଣୀ ନଗର ପାଳିକାର ଅଧ୍ଯକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଡିଜିଟାଲ ସୁରକ୍ଷା ଏବଂ ଏହାର ଆବଶ୍ୟକତା ବିଷୟରେ ଉଦବୋଧନ ଦେଇ ଏଥିପାଇଁ ବରିଷ୍ଠ ନାଗରିକଙ୍କ ସଚେତନାତାର ଆବଶ୍ୟକତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇ କର୍ମଶାଳା ଅନୁଷ୍ଠିତ ହୋଇଥିବାରୁ ହେଲ୍ସ ଏଜ ଇଣ୍ଡିଆ, ଓଡିଶା କର୍ମକର୍ତ୍ତାଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ହେଲ୍ମ ଏଜ ଇଣ୍ଡିଆ, ଓଡିଶା ପ୍ରଦେଶ ମୁଖ୍ୟ ଭାରତୀ ଚକ୍ର ଏବଂ ସଞ୍ଛାଳିକା ଦେବଶ୍ମୀ ବ୍ରହ୍ମା ଡିଜିଟାଲ ସୁରକ୍ଷା ବିଷୟରେ ସୂଚନା ଦେଇ ତାର ଉପକାରିତା ଏବଂ ଅପକାରିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ବରିଷ୍ଠ ନାଗରିକ ମାନଙ୍କୁ ସଚେତନା କରାଇ ଥିଲେ । ଏହି କର୍ମଶାଳାରେ ୨ଟି ପର୍ଯ୍ୟ।ୟରେ ପ୍ରାୟ ୧୦୦ ଜଣି ବରିଷ୍ଠ ନାଗରିକ ଯୋଗଦେଇ ପ୍ରଶିକ୍ଷଣର ଲାଭ ଉଠାଇଥିଲେ । ଏହି କର୍ମଶାଳାକୁ ସଂଘର ସଭାପତି କମଳାକାନ୍ତ ପାଣ୍ଡେ, ଉପ ସଭାପତି ନବ କିଶୋର ରଥ, ସାଧାରଣ ସମ୍ପାଦକ ପ୍ରଣବ କୁମାର ମଣ୍ଡଲ, ସଂଘଠନ ସମ୍ପାଦକ ରାଜ କିଶୋର ପାଢି, ସହ ସମ୍ପାଦକ ବଂଶୀଧର ପଣ୍ଡା, ପରିଚାଳନା ସଭ୍ୟ ନବୀନ କିଶୋର ପଣ୍ଡା, ବିକାଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ଦିନ ମାନଙ୍କରେ ସଂଘ ତରଫରୁ ବିଭିନ୍ନ ଲୋକ ହିତକର କାର୍ଯ୍ୟପନ୍ଥାର ଆୟୋଜନ କରିବାର କାର୍ଯ୍ୟକ୍ରମ ବିଷୟରେ ସାଧାରଣ ସମ୍ପାଦକ ଶ୍ରୀ ମଣ୍ଡଳ ସୂଚନା ଦେଇଥିଲେ । କର୍ମଶାଳାରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବି ମହଲରୁ ଏହି କାର୍ଯ୍ୟକ୍ରମ ପାଇଁ ଉଚ୍ଚ ପ୍ରଶଂସା କରଯାଇଥିଲା ।