ଖିରି ଭୋଗ ଖାଇ ଜଣେ ମୃତ, ୧୫ ଅସୁସ୍ଥ

add-all

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ତାଳକୁରୁଣିଆ ଓ ଅଠିଳାବାଜ ଗାଁରେ ବାସି ଭୋଗ ଖାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଲୋକ ଅସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଗତକାଲି ତାଳକୁରୁଣିଆ ଗାଁରେ ରଥଯାତ୍ରାରେ ଠାକୁରଙ୍କ ଭୋଗ ହୋଇଥିଲା। ତେଣୁ ଏହି ପୂଜାରେ ଠାକୁରଙ୍କ ପାଖରେ ଖିରି ଭୋଗ ଲାଗିଥିଲା। ପରେ ଏହି ଭୋଗ ଭୋଗକୁ କିଛି ଲୋକେ ଆଜି ଖାଇବା ସହିତ ପାଖଗାଁରେ ଥିବା ବନ୍ଧୁବାନ୍ଧବଙ୍କୁ ପଠାଇଥିଲେ। ପରେ ଏମାନଙ୍କୁ ଝାଡା ବାନ୍ତି ହୋଇଥିଲା। ତେଣୁ ଉଭୟଙ୍କ ପରିବାରର ପାଖାପାଖି ୧୬ ଜଣ ଅସୁସ୍ଥ ହୋଇଯାଇଥିଲେ। ସମସ୍ତଙ୍କୁ ପରିବାର ଲୋକେ ଗୋପାଳପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପରେ ୨ ଜଣକ ଅବସ୍ଥା ଗୁରୁତର ହୋଇଥିଲା। ତେଣୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଜଣକ ହେଉଛନ୍ତି ନୀଳମଣି ସାହୁ। ଏଥିରୁ ୭ ଜଣ ଗୋପାଳପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗାଁରେ ଏବେ ଗୋଟିଏ ସ୍ୱାସ୍ଥ୍ୟ ଟିମ ଚିକିତ୍ସାପାଇଁ ରହିଛି।

ad-week
Leave A Reply

Your email address will not be published.