କସବସା ଗ୍ରାମବାସୀଙ୍କ ପାଇଁ ବସୁଧା ଜଳଯୋଗାଣ ସାତ ସପନ…

add-all

ଦାରିଙ୍ଗବାଡ଼ି, ୨୫/୦୬ : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କସବସା ରାଜସ୍ୱ ଗ୍ରାମର ପଡ଼ା ଗ୍ରାମ ଯଥା ଡମା, ଡକସାହି, ପଣସପଦର ଓ କିଲିକିଆ ଗ୍ରାମ ବାସୀ ବସୁଧା ପାନୀୟ ଜଳ ଯୋଗାଣରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଥିବା ଗ୍ରାମବାସୀ ବୃନ୍ଦ ଅଭିଯୋଗ ଆଣିଛନ୍ତି। ଖାଦ୍ୟ, ବସ୍ତ୍ର, ବାସଗୃହ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଶୁଦ୍ଧ ପାନୀୟଜଳ ପାଇବା ସଭିଙ୍କର ମୌଳିକ ଅଧିକାର ହୋଇଥିବା ବେଳେ, ଏହି ଗ୍ରାମ ବାସୀ ସମୂହ ସର୍ଵ ନିମ୍ନ ଆବଶ୍ୟକତା ଯାହାକି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। କସବସା ରାଜସ୍ୱ ଗ୍ରାମରେ ପ୍ରାୟ ୪୦୦ ପରିବାର ବସବାସ କରୁଛନ୍ତି। ଖବର ନେବାରୁ ଜଣା ପଡିଛିଯେ ଏହି ଗ୍ରାମ ବାସୀ ସମୂହଙ୍କୁ ବସୁଧା ପାନୀୟ ଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇଁ ପଡ଼ା ଗ୍ରାମ ଡମାରେ ବିରାଟ କାୟ ପାଣି ଟାଙ୍କି ସହିତ ପମ୍ପ ହାଉସ ଘର କାମ ତିଆରି ହୋଇଛି।

ପାଣି ଟାଙ୍କି ସହିତ ପମ୍ପ ହାଉସ କାମ ସରି ପ୍ରାୟ ୪ମାସ ଅତିବାହିତ ହୋଇଥିଲେ ସୁଧା ଆଯଯାଏ ପାନୀୟ ଜଳ ଯୋଗାଇବାରେ ଆର ଡବ୍ଲ୍ୟୁ ଏସ ଏସ ବିଭାଗ ସହିତ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଗ୍ରାମବାସୀ ସମୂହ ଦାବୀ କରିଛନ୍ତି। ଏହି ସମସ୍ୟା ନେଇଁ ବିଭାଗୀୟ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରା ଯାଇଥିଲା ହେଲେ ଯୋଗା ଯୋଗ ହୋଇ ପାରି ନାହିଁ। ବର୍ଷା ଦିନ ଆସି ଯାଇଥିବାରୁ ଚୁଆରେ ବର୍ଷା ଜଳ ସହିତ ବାହାର ଗୋଳିଆ ପାଣି ପସି ଯାଉଥିବାରୁ ପାନୀୟ ଉପଯୋଗୀ ହେବା ସମ୍ଭବ ନୁହଁ। ଏହାସହିତ ଚୁଆର ଗୋଳିଆ ପାଣି ପିଇଲେ ଆଗକୁ ଝାଡା ବାନ୍ତି ସହିତ ଡାଇରିଆରେ ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏଣୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଜିଲା ପ୍ରାସସନଙ୍କ ନିକଟରେ ପ୍ରାୟ ୪୦୦ ପରିବାର ବସବାସ କରୁଥିବା କସବସା ରାଜସ୍ୱ ଗ୍ରାମ ବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.