ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ

add-all

ନୂଆଦିଲ୍ଲୀ : ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆଜି ଆଇସିସି ପକ୍ଷରୁ ମ୍ୟାଚ ସୂଚୀ ଜାରି କରାଯାଇଛି।
ଉଦ୍‌ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହା ଅହମଦାବାଦରେ ଅନୁଷ୍ଠିତ ହେବ। ଭାରତର ମ୍ୟାଚ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। ଦଳ ତା’ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଅଛି। ଏହି ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ।
ଭାରତ ତା’ର ତୃତୀୟ ମ୍ୟାଚ୍‌ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଅହମଦାବାଦରେ ଖେଳାଯିବ। ଅକ୍ଟୋବର ୧୯ ତାରିଖରେ ପୁନେରେ ବାଂଲାଦେଶ ବିରୋଧରେ ଚତୁର୍ଥ ମ୍ୟାଚ୍ ଖେଳିବ ଭାରତ। ଅକ୍ଟୋବର ୨୨ରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତା’ର ପଞ୍ଚମ ମ୍ୟାଚ୍ ଖେଳିବ ଭାରତ। ଅକ୍ଟୋବର ୨୯ ତାରିଖରେ ଷଷ୍ଠ ମ୍ୟାଚ୍ ଖେଳିବ ଭାରତୀୟ ଟିମ୍। ଏହି ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳିବ ଦଳ।
ନଭେମ୍ବର ୨ ତାରିଖରେ ମୁମ୍ବାଇରେ କ୍ୱାଲିଫାୟର ୨ ବିପକ୍ଷରେ ସପ୍ତମ ମ୍ୟାଚ୍ ଖେଳିବ ଭାରତ। ନଭେମ୍ବର ୫ ତାରିଖରେ କୋଲାକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟମ ମ୍ୟାଚ୍ ଖେଳିବ ଦଳ। ନବମ ତଥା ଶେଷ ରାଉଣ୍ଡ ରବିନ ମ୍ୟାଚ୍ ‘କ୍ୱାଲିଫାୟର ୧’ ବିପକ୍ଷରେ ବେଙ୍ଗାଲୁରୁରେ ଖେଳିବ ଭାରତ।
ନଭେମ୍ବର ୧୫ରେ ମୁମ୍ବାଇରେ ପ୍ରଥମ ସେମି ଫାଇନାଲ ଓ ନଭେମ୍ବର ୧୬ ରେ କୋଲାକାତାରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ। ନଭେମ୍ବର ୧୯ ତାରିଖରେ (ରବିବାର) ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଉଭୟ ସେମି ଫାଇନାଲ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା କରାଯାଇଛି। ସେହିଭଳି ଫାଇନାଲ ମ୍ୟାଚ୍ ପାଇଁ ମଧ୍ୟ ରିଜର୍ଭ ଡେ’ର ବ୍ୟବସ୍ଥା ହୋଇଛି। ଯଦି କୌଣସି କାରଣ ବଶତଃ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ୍ ହୋଇନପାରେ, ତା’ହେଲେ ଏହା ନଭେମ୍ବର ୨୦ ତାରିଖରେ ହେବ। ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ଗୁଡ଼ିକ ଅପରାହ୍ଶ ୨ଟାରୁ ଖେଳାଯିବ।
ଏହି ବିଶ୍ୱକପ୍‌ରେ ମୋଟ ୧୦ଟି ଟିମ୍ ଭାଗ ନେବେ। ସେମାନଙ୍କ ମଧ୍ୟରୁ ୮ଟି ଟିମ୍ ଯୋଗ୍ୟତା ହାସଲ କରି ସାରିଛନ୍ତି। କ୍ରିକେଟ ବିଶ୍ୱକପ ସୁପର ଲିଗ୍ ମାଧ୍ୟମରେ ଏହି ଟିମ୍ ଗୁଡ଼ିକ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜିମ୍ବାୱେରେ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ବାକି ଦୁଇଟି ସ୍ଥାନ ପାଇଁ ଟିମ୍ ଚୟନ କରାଯିବ। ଏହି କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟ ଜୁଲାଇ ୯ ତାରିଖରେ ସରିବ।
ଏଥର ବିଶ୍ୱକପରେ ରାଉଣ୍ଡ ରବିନ ଫର୍ମାଟରେ ପ୍ରତ୍ୟେକ ଟିମ୍ ଅନ୍ୟ ୯ଟି ଟିମ୍ ବିପକ୍ଷରେ ଖେଳିବେ। ଏହା ପରେ ଯେଉଁ ଟିମ୍ ଗୁଡ଼ିକ ଶୀର୍ଷ ୪ ସ୍ଥାନରେ ରହିବେ, ସେଗୁଡ଼ିକ ନକ୍‌ଆଉଟ୍‌ ଓ ସେମି ଫାଇନାଲ୍ସ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ମୋଟ ୧୦ଟି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚ୍ ଖେଳାଯିବ। ସେହି ସ୍ଥାନ ଗୁଡ଼ିକ ହେଉଛି- ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା। ଗୌହାଟୀ, ଥିରୁଅନନ୍ତପୁରମ ଓ ହାଇଦ୍ରାବାଦରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ୱାର୍ମ-ଅପ୍ ମ୍ୟାଚ୍ ଖେଳଯିବ।

ad-week
Leave A Reply

Your email address will not be published.