
କୁଆଁରମୁଣ୍ଡା : ଗତକାଲି ତା.୨୬/୬/୨୩ ରିଖ ଦିନ କୁଆଁରମୁଣ୍ଡା ପଂଚାୟତ ସମିତି ପ୍ରକୋଷ୍ଠ ରେ ଜନଅଭିଯୋଗ ଶୁଣାଣି ଶିବିିର ସୁନ୍ଦରଗଡ ପ୍ରକଳ୍ପ ଅଧିକାରୀ ଶ୍ରୀ ମନୋଜ ସତବୟନ ମହାଜନ ଙ୍କ ତତାବଧାନରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିର ରେ ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର,ସୁନ୍ଦରଗଡ ଉପଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ,ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝି, ବିରମିତ୍ରପୁର ତହସିଲଦାର ସୁସାନ୍ତ ବେହେରା,ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଂଜନ ପ୍ରଧାନ,ସିଡିଏମଓ ଡଃ ସରୋଜ କୁମାର ମିଶ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ଶ୍ରୀମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ପରିଚାଳନା କରିଥିଲେ । ସମୁଦାୟ ୯୯ଟି ଅଭିଯୋଗ ର ଶୁଣାଣି କରାଯାଇ ଥିଲା । ସବୁଠାରୁ ଚର୍ଚ୍ଚାର ବିଷୟ ବିଡିଓ ଓ ବର୍ଷାରେ ଭିଜି ଭିଜି ଦୁର ଦୁରାନ୍ତରୁ ଆସିଥିବା ପାଠୁଆ ବେକାର ଯୁବକଯୁବତୀ ମାନଙ୍କ ମଧ୍ୟରେ ଯୁକ୍ତି । ସେମାନେ ଏକତ୍ରିତ ହୋଇ ଏକ ଦାବିପତ୍ର ନାଗରିକ କମିଟିର ଆବାହକ ତଥା ଯୁବ ବିଜେଡ଼ି ନେତା ଶ୍ରୀ ରାଜେଶ କେର୍କେଟା ଙ୍କ ନେତୄତ ରେ ଶ୍ରୀ ମହାଜନ ଙ୍କୁ ପ୍ରଦାନ କରିଥିଲେ ।ଦାବିପତ୍ର ଟିର ସମାଧାନ ପାଇଁ ବିଡିଓ ଶ୍ରୀମତି ତୃପ୍ତି ବରାଇ ଙ୍କୁ କହିଥିଲେ । ବିଡିଓ ଶ୍ରୀମତୀ ବରାଇ ରୋକଠୋକ ମନାକରି କରିଥିଲେ ଯେ ସ୍ଥାନୀୟ ଅଂଚଳ ରେ କୌଣସିପ୍ରକାର ନିଯୁକ୍ତିର ସମ୍ଭାବନା ନାହିଁ ସମସ୍ତ ଙ୍କୁ ତାଲିମ ଦିଆଯିବ ଏବଂ ବାହାର ରାଜ୍ୟରେ ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରାଯିବ | ଏଭଳି ମୂଲ୍ୟହୀନ ମନ୍ତବ୍ୟକୁ ନେଇ ଯୁବକ ଯୁବତୀମାନେ କ୍ରୋଧାନ୍ବିତ ହୋଇ ବିଡିଓ ଶ୍ରୀମତୀ ବରାଇ ଙ୍କ ସହ ହଟ୍ଟଗୋଳ ସହ ଯୁକ୍ତିତର୍କ ଆରମ୍ଭ କରିଦେଇ ଥିଲେ । ଶେଷରେ ବିଡିଓ ଶିବିର ଛାଡି ଚାଲିଯିବା ଘଟଣା ସ୍ଥାନିୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ ବିଡିଓ ଙ୍କ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ।