ଜିଲ୍ଲା ଯୋଜନା ବୋର୍ଡ ନୂତନ ଅଧ୍ୟକ୍ଷ ହେଲେ ବିଧାୟକ ଚକ୍ରମଣି କହଁର

add-all

ଫୁଲବାଣୀ: ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଯୁବ ବିଧାୟକ ଚକ୍ରମଣିଙ୍କୁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ମୂଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି କହିଛନ୍ତି। ଚକ୍ରମଣିଙ୍କୁ ଏହି ପଦବୀ ମିଳି ଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଖୁସି ବ୍ୟକ୍ତ କରାଯାଇଛି। ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସମେତ ନଗର ସଭାପତି ବିମଳ ପାଢ଼ୀ, ଯୁବ ବିଜେଡି ସଭାପତି ବିଷ୍ନୁ ଚରଣ ମଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ,ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ ପ୍ରମୂଖ ଚକ୍ରମଣିଙ୍କୁ ଶୁଭେଚ୍ଛା ଜଣାଇବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ କର୍ଣ୍ଣ କହିଛନ୍ତି।

ad-week
Leave A Reply

Your email address will not be published.