୫ଟି ସଚିବ ଯିବା ଦ୍ବାରା ଲୋକେ ଖୁସି ହେଉଛନ୍ତି: ମନ୍ତ୍ରୀ

add-all

ଭୁବନେଶ୍ୱର: ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ୫ଟି ସଚିବଙ୍କୁ କେନ୍ଦ୍ରର ନୋଟିସ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସେମାନେ ଦିଲ୍ଲୀ ଦୌଲତାବାଦ ନ ଦଉଡ଼ିକି ଲୋକଙ୍କ ପାଖକୁ ଯାଆନ୍ତୁ। ଆମର ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ। ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି। ଆମେ ଲୋକଙ୍କ ସେବା କରିବୁ, ଲୋକଙ୍କ ପାଖକୁ ଯିବୁ। କେବଳ ୫ଟି ସଚିବ ନୁହଁନ୍ତି ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀମାନେ ବି ଯାଉଛନ୍ତି।
ସେ ଆହୁରି କହିଛନ୍ତି, ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ୱରରେ ବସିକି ଦିଲ୍ଲୀ ଦୌଲତାବାଦ ଦଉଡ଼ୁଛନ୍ତି। ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି। ଲୋକ ଖୁସି ହେଉଛନ୍ତି, ହୁଳହୁଳି ପକାଉଛନ୍ତି, ସାଧାରଣ ଲୋକ ଖୁସି ଯଦି ଭୁବନେଶ୍ୱରରେ କାହାର ଫିଡବ୍ୟାକ ଦରକାର ହେଉଛି, ଗାଁକୁ ଯାଇ ଲୋକଙ୍କୁ ପଚାରନ୍ତୁ ।

୫ଟି ସଚିବ କି ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି। ବିଜେପିର ସମସ୍ୟାଟା ଅଲଗା। କାହା ନିର୍ଦ୍ଦେଶରେ କେଉଁଠି ଯିବେ ସେମାନେ ବାଟ ପାଉ ନାହାନ୍ତି। ତାଙ୍କ କ୍ୟାପଟେନ ସ୍ଥିର କରି ପାରୁ ନାହାନ୍ତି । ତାଙ୍କର କ୍ୟାପଟେନ କିଏ? ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡ଼ୁନି। ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ। କାହା ଦାୟିତ୍ୱରେ ଯିବେ। ଲୋକଙ୍କ ପାଖକୁ ଯାଆନ୍ତୁ ଭୁବନେଶ୍ୱରରେ କାହିଁକି ବସିଛନ୍ତି, ଦିଲ୍ଲୀ ଦୌଲତାବାଦ କାହିଁକି ଦଉଡ଼ୁଛନ୍ତି?

ad-week
Leave A Reply

Your email address will not be published.