ଦୁଇ ବାଇକ ମୁହାଁମୁହିଁ ଧକ୍କା , ବାପ ପୁଅ ସମେତ ତିନି ଗୁରୁତର…

add-all

ଦାରିଙ୍ଗବାଡ଼ି,୨୮/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ତିନିଛକରେ ଦୁଇ ବାଇକ ମୁହାଁ ମୁହିଁଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି l ଦୁର୍ଘଟଣାରେ ଦୁଇ ବାଇକରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମର ପ୍ରଫୁଲ ସଭାସୁନ୍ଦର ଓ ତାଙ୍କ ବଡ଼ ପୁଅ ସଞ୍ଜୟ ସଭା ସୁନ୍ଦର ଏବଂ ଗ୍ରୀନବାଡ଼ି ଗ୍ରାମର ଚନ୍ଦନ କୁମାର ସାହୁ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ ଜବତ କରିଛନ୍ତି l ସୂଚନା ପ୍ରକାରେ ସିମନବାଡ଼ି ଗ୍ରାମର ପ୍ରଫୁଲ୍ଲ ସଭାସୁନ୍ଦର ଓ ତାଙ୍କ ବଡ଼ ପୁଅ ସଞ୍ଜୟ ସଭାସୁନ୍ଦର ବାପା ପୁଅ ଦୁହେଁ ମିଶି ଏକ ବାଇକ ଯୋଗେ ପେଟ୍ରୋଲ ପମ୍ପରୁ ସିମନବାଡ଼ି ଫେରୁଥିବା ସମୟରେ ବିପରୀତ ଦିଗରୁ ଆଉ ଏକ ବାଇକ ଭାରସାମ୍ୟ ହରାଇ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇ ଦୁର୍ଘଟଣା ଘଟିଛି l

ad-week
Leave A Reply

Your email address will not be published.