ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ : ନ୍ୟାୟ ପାଇଁ ଥାନାରେ ଅଭିଯୋଗ

add-all

ହିଞ୍ଜିଳିକାଟୁ ୨୮।୬ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଫାଣ୍ଡି ଅଧିନ କଇଠଵେଡା ଗ୍ରାମର ହରିମଲ୍ଲ ୮୫ ଝିଅ ଘରକୁ ଯିବା ସମୟରେ ମହିଗୁଡା କେନାଳ କାମ ପାଇଁ ପାଣି ମୋଟର ଲଗାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ମୃତ ବୃଦ୍ଧଙ୍କ ପୁଅ ରମେଶ ମଲ୍ଲ ହିଞ୍ଜିଳି ଥାନାରେ ନ୍ୟାୟ ଆଶାରେ ଏକ ଏତଲା ଦେଇଛନ୍ତି । ପ୍ୟକାଶ ଥାଉକି କଇଠବେଡା ଗ୍ରାମର ଵୃଦ୍ଧ ମୃତ ହରିମଲ୍ଲ ଝିଅ ଘର ମୋହିଗୁଡା ଗ୍ରାମ କୁ ଯିବା ସମୟରେ ମୋହିଗୁଡା ଗ୍ରାମ ନିକଟରେ କେନାଳ କାମ ଚାଲିଥିଲା। କେନାଳ କାର୍ଯ୍ୟ କରିବା ନିମନ୍ତେ ବିଦ୍ୟୁତ ତାର ଲଗାଇଥିଲେ। ମୃତ ହରିମଲ୍ଲ କେନାଳ ରୋଡ ଦେଇ ଯିବା ସମୟରେ କୈାଣସି କାରଣରୁ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଓ ପୂଅ ରମେଶ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ କଙ୍କୋରଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ପୁଅ ରମେଶ ହିଞ୍ଜିଳି ଥାନାରେ ପହଞ୍ଚି ପରିବାରକୁ ନ୍ୟାୟ ଆଶାରେ ଥାନାରେ ଏକ ଏତଲା ଦେଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ୪୫୨/୨୩ ରେ ମାମଲା ରୁଜୁ କରି ଘଟଣାସ୍ଥଳରେ ପୋଲିସ ଏସ ଆଇ ଅନନ୍ତ ଶଵର ପହଞ୍ଚି ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି

ad-week
Leave A Reply

Your email address will not be published.