5T ସଚିବ ଭି. କେ ପାଣ୍ଡିଆନଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ

add-all

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । 5T ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତର ଆଜି ୨ୟ ଦିନ । ୨ୟ ଦିନରେ ଜଗତସିଂହପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟର ସମସ୍ୟା ଉପରେ ଅଧିକାରୀ ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଗସ୍ତ ସମୟରେ ବିଭିନ୍ନ ଲୋକଙ୍କ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରି ଚିକିତ୍ସାଳୟର ବିକାଶ ନିମନ୍ତେ ରହିଥିବା ଆବଶ୍ୟକତାକୁ ଖୁବଶୀଘ୍ର ସମାଧାନ କରିବାର ପ୍ରତିଶୃତି ଦେଇଛନ୍ତି ସଚିବ ଭି. କେ ପାଣ୍ଡିଆନ ।

ଏହାପରେ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ସାରଳା ମନ୍ଦିର, ଶୈବପୀଠ ଗୋରେଖନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଏହି ପ୍ରମୁଖ ପୀଠର ଯଥାଶୀଘ୍ର ଉନ୍ନତି କରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ। ଏହାପରେ ଜଇପୁର ସ୍ଥିତ ବୟନ ଗ୍ରାମ କୁ ପରିଦର୍ଶନ କରି କଟିକଟା ସେତୁ ପରିଦର୍ଶନ କରିବା ସହ ତଦାରଖ କରିବେ । ତା’ପରେ ଜିଲ୍ଲାର ବିରିଡ଼ି ବ୍ଳକ ଅନ୍ତର୍ଗତ ପଞ୍ଚଶାଖା ପୀଠ ଧ୍ୟାନକୁଦ ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଜନତାଙ୍କ ଅଭିଯୋଗ ଗ୍ରହଣ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.