ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ

add-all

ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। ଆଜି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି। ପ୍ରଛଦପଟ୍ଟରେ ରହୁଥିବା ଲୋକମାନେ ଆସି ଶାସନ ଚଳାଇବା ଆରମ୍ଭ କରିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ନେତାମାନେ ପ୍ରୋତ୍ସାହନ ଏବଂ ସମର୍ଥନ ଦେଉଛନ୍ତି, ସେମାନଙ୍କ ସ୍ୱାଭିମାନ ତାଙ୍କୁ ପ୍ରଶ୍ନ ପଚାରୁଛି କି ନାହିଁ।

ଏଥିସହ ପୃଥ୍ୱୀରାଜ କହିଛନ୍ତି, ଜଣେ ସଚିବ, ସେ ମୁଖ୍ୟମନ୍ତ୍ରୀଙ୍କ ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀଙ୍କର ସେ ଯାଇ ସଭାସମିତି କରିବେ, ଘୋଷଣା କରିବେ ଏହା ଦୁର୍ଭାଗ୍ୟଜନକ।  ରାଜନୀତିରେ ଏହାର ସ୍ଥାନ ନାହିଁ କି ଵିଧି ବ୍ୟବସ୍ଥାରେ ନାହିଁ। ବିଜୁ ଜନତା ଦଳର ନେତାଙ୍କର ଯଦି ସାମାନ୍ୟତମ ସ୍ୱାଭିମାନ ଥାନ୍ତା ଏକଥାକୁ ସମର୍ଥନ କିମ୍ବା ବ୍ୟବସ୍ଥା ଭିତରକୁ ନିଅନ୍ତେ ନାହିଁ। ୫ଟି ସଚିବଙ୍କ ଗସ୍ତ, ଗଣତନ୍ତ୍ର ପ୍ରକ୍ରିୟାକୁ ହତ୍ୟା କରାଯାଉଛି।  ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଆଉଟସୋର୍ସ କରିଦେଇଛନ୍ତି।  ତାଙ୍କ ସ୍ଥାନରେ ଆଉ ଜଣେ ଘୋଷଣା କରୁଛି।  ଏହି ଗଣତନ୍ତ୍ର ହତ୍ୟାକାରୀଙ୍କୁ ଭାରତୀୟ ଜନତା ପାର୍ଟି ବିରୋଧ କରିବାରେ ବିରତ ରହି ନାହିଁ ଏବଂ ବିରୋଧ ଜାରି ରହିବ।

ପୃଥ୍ୱୀରାଜ ଆହୁରି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବିଜୁ ଜନତା ଦଳରେ ଯେତେବେଳେ ଜଣକୁ ଡିଫେଣ୍ଡ କରାଯାଏ ସେତେବେଳେ ଗନ ପଏଣ୍ଟରେ ଡିଫେଣ୍ଡ କରାଯାଏ।  ସେ କଣ କହିବେ, କଣ କରାଯିବ ସେସବୁ ଥାର୍ଡ ଫ୍ଲୋରରୁ ଲେଖା ହୋଇ ଆସେ ଏବଂ ସମ୍ପୃକ୍ତ ନେତାଙ୍କ ଇଚ୍ଛା ନଥିଲେ ବି ତାଙ୍କ ମୁହଁରେ କୁହାଯାଇଥାଏ।

ad-week
Leave A Reply

Your email address will not be published.