
ଫୁଲବାଣୀ : ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ପରିଚାଳିତ ଯୁକ୍ତତିନି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ୧୦ ଶୀର୍ଷ ତାଲିକାରେ ରହି ମହାବିଦ୍ୟାଳୟର ଗର୍ବ ଓ ଗୌରବ ବଢାଇଛନ୍ତି। ଏଥିରେ ନୃତତ୍ତ୍ୱ ବିଭାଗର ଶିବାନୀ ପ୍ରଧାନ, ଅର୍ଚ୍ଚିତା କହଁର, ବିଚିତ୍ରା କହଁର, ସ୍ନେହଲତା ପ୍ରଧାନ, ଶ୍ରଦ୍ଧାଞ୍ଜଳି ବେହେରା, ମନିଷା ଦେହୁରୀ, (୬ ଜଣ ଛାତ୍ରୀ) ଗୃହ ବିଜ୍ଞାନର ସି. ଏଚ. ରୋଜା (୧ ଜଣ ଛାତ୍ରୀ), ଓଡ଼ିଆ ବିଭାଗର ସୋନମ୍ ବେହେରା ଏବଂ ସୁନୀତା କହଁର (୨ ଜଣ ଛାତ୍ରୀ) ଆଦି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରି ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଧ୍ୟକ୍ଷା ଡ଼ଃ ତନୁଜା ସିଂହଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏହି କୃତି ଛାତ୍ରୀଙ୍କ ଆଗାମୀ ଜୀବନ ଓ ଉଚ୍ଚଶିକ୍ଷା ନିମନ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।