କନ୍ଧମାଳ ଜିଲାସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର କଞ୍ଜାମେଣ୍ଡି ଠାରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ଅଧିକାର ମୋର୍ଚ୍ଚା ପକ୍ଷରୁ ଜିଲା ସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ ଆୟୋଜିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ମୋର୍ଚ୍ଚାର ରାଜ୍ୟ ସଂଯୋଜିକା ଶସିମାନସି ସିଂ ଅଧ୍ୟକ୍ଷତା କରିବା ସହିତ ବୈଠକର ଲକ୍ଷ ଏବଂ ଉଦ୍ଦୋଶ୍ୟ ଉପରେ ଆଲୋକପାତ କରିଥିଲେ। ଏଥିରେ ଅତିଥି ଭାବେ ଆଇନଜୀବି ତୁଷାରକାନ୍ତ ନାୟକ (ଫୁଲବାଣୀ କୋର୍ଟ) ଏବଂ ଜୟାବ୍‌‌ ପରାସେଟ୍‌‌ (ତୁମୁଡ଼ିବନ୍ଧ କୋର୍ଟ) ଯୋଗଦେଇ ଆଦିବାସୀ ଓ ହରିଜନ ମହିଳା ମାନଙ୍କୁ ଆବଶ୍ୟକ ହେଉଥିବା ଆଇନଗତ ସହାୟତା ଉପରେ ଆଲୋକପାତ କରିବା ସହିତ ଆଇନଗତ ସଚେତନତା ଉପରେ ମତ ଦେଇଥିଲେ।

ଏହି ଅବସରରେ ପିଡ଼ିତାଙ୍କ କ୍ଷତିପୁରଣ ଦେବା ଓ ପୂନର୍ବାସ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ମୋର୍ଚ୍ଚାର କର୍ମୀ ସୁଶ୍ରୀ ସୁପ୍ରଭା ଦିଗାଲ ସଂଯୋଜନା କରିଥିବା ବେଳେ କର୍ମୀ ପୁଜା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ କୋର୍ଟର ଆଇନଜୀବି ମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.