ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ

add-all

କଟକ: ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଏବେ ଖୋଲିଲା ବାଟ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁହେବ ଅଧ୍ୟାଦେଶ । ଅଧ୍ୟାଦେଶ ବଳରେ ଏଣିକି ଆପାର୍ଟମେଣ୍ଟ ମାଲିକଙ୍କ ବେଆଇନ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଆସିବ ବୋଲି ଆଶା କରାଯାଉଛି। ଯେଉଁ ଆପାର୍ଟମେଣ୍ଟ ମାଲିକମାନେ ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ ବୋଲି ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ଅଧ୍ୟାଦେଶ ଆସିବା ଫଳରେ ପ୍ରାୟ ବର୍ଷେ ତଳୁ ବନ୍ଦ ହୋଇ ରହିଥିବା ଫ୍ଲାଟ କିଣାବିକା ଏବେ ପୁଣି ଥରେ ଆରମ୍ଭ ହେବ ଆଶା କରାଯାଉଛି।

ଅଧ୍ୟାଦେଶ ପୂର୍ବରୁ ହେଉ ବା ପରେ ଯେକୌଣସି ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବ ସେସବୁ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ। ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାକୁ ନେଇ ଅନେକ ଆପତ୍ତି ଅଭିଯୋଗ ଉଠିଥିଲା। ବିଶେଷକରି ଆପାର୍ଟମେଣ୍ଟରେ ସର୍ବସାଧାରଣ ସ୍ଥାନ ଉପରେ ମାଲିକାନାକୁ ନେଇ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ବିବାଦ ଦେଖାଦେଉଥିଲା। ଏପରି ହାଇକୋର୍ଟରେ ଯାଇ ଅନେକ ମାମଲା ପହଞ୍ଚିଥିଲା। ଏହାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ନୂଆ ଆଇନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ad-week
Leave A Reply

Your email address will not be published.