ଋଣ ଟଙ୍କା ସୁଝି ନପାରିବାରୁ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି

add-all

ପୂରୀ :ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ବୃଦ୍ଧ ଦମ୍ପତି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଘରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଦମ୍ପତି ହେଲେ ବାନାମ୍ବର ବେହେରା(୫୮) ଏବଂ ବନିତା ବେହେରା(୫୩)।

ସୂଚନା ଅନୁଯାୟୀ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। କିନ୍ତୁ ଠିକ୍ ସମୟରେ ଋଣ ପରିଶୋଧ କରିପାରୁନଥିଲେ। ଗତ ରାତିରେ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଞ୍ଚିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ। ସେମାନେ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀମାନେ ଘରୁ ବାହାରିନଥିଲେ। ଏନେଇ ଦମ୍ପତିଙ୍କ ପୁଅ ଅଭିଯୋଗ କରିଛନ୍ତି।

ଶେଷରେ ଭୋରୁ ଭୋରୁ ଘର ଭିତରେ ଉଭୟ ବାନାମ୍ବର ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ମାତ୍ର ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଁଳାଯୋଡ଼ିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.