ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରିଲା ହାତୀ

add-all

କଲମ୍ବୋ : ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରୁଛି ଗଜରାଜ। ୨୦ ବର୍ଷ ତଳେ ଏହି ହାତୀ ଥାଇଲାଣ୍ଡରୁ ଶ୍ରୀଲଙ୍କା ଯାଇଥିଲା। ସେଠାରେ ତାକୁ ଠିକ୍‌ ଭାବେ ଯତ୍ନ ନିଆଯାଇ ନଥିଲା ଯାହାକୁ ନେଇ ଦୁଇ ଦେଇ ଭିତରେ କୁଟନୈତିକ ବିବାଦ ଦେଖାଦେଇଥିଲା। ୨୦୦୧ରେ ଶ୍ରୀଲଙ୍କାକୁ ୨୯ ବର୍ଷିୟ ଏହି ହାତୀ ମୁଥୁ ରାଜା ଯିଏକି ସାକ୍‌ ସୁରିନ୍‌ ଭାବେ ମଧ୍ୟ ପରିଚିତ ଥାଇ କର୍ତ୍ତୃପକ୍ଷ ଦେଇଥିଲେ। ଏହି ହାତୀ ଶ୍ରୀଲଙ୍କାର ଦକ୍ଷିଣରେ ଥିବା ଏକ ବୁଦ୍ଧ ମନ୍ଦିରରେ ରହୁଥିଲା। ଯେଉଁଠାରେ ତାକୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଥିଲା। ପ୍ରାଣୀ ଅଧିକାର ସୁରକ୍ଷା କରୁଥିବା ସଂସ୍ଥା ଏନେଇ ସ୍ୱର ଉଠାଇଥିଲା।
ଯାହାପରେ ୪ ହଜାର କିଲୋ ଓଜନ ଏହି ହାତୀକୁ କଲମ୍ୱୋ ବନ୍ଦରରୁ ଏକ କମରସିଆଲ ବିମାନ ଯୋଗେ ଥାଇଲାଣ୍ଡ ଅଣାଯାଉଛି। ଏଥିପାଇଁ ୭ ଲକ୍ଷ ଡଲାର ଖର୍ଚ୍ଚ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ହାତୀ ଚିଆଙ୍ଗ ମାଇରେ ପହଞ୍ଚିବା ପରେ ନିକଟସ୍ଥ ପ୍ରକୃତିକ ନିବାସରେ ସଂଗରୋଧରେ ରହିବ।
ଏଥିପାଇଁ ମୁଥୁ ରାଜାକୁ କଲମ୍ୱୋ ଚିଡ଼ିଆଖାନାକୁ ଅଣାଯାଇ ସ୍ୱତନ୍ତ୍ର ଅସ୍ଥାୟୀ ପିଞ୍ଜରା ଘରେ ରଖାଯାଇଛି। ତାକୁ ବିମାନରେ ଅଣାଯିବା ବେଳେ ୪ ଜଣ ଥାଇଲାଣ୍ଡ ଓ ଶ୍ରୀଲଙ୍କାର ମାହୁନ୍ତ ସ୍ୱତନ୍ତ୍ର ଧ୍ୟାନ ରଖିବେ। ଦୁଇଟି ସିସିଟିଭି ତାହାର ଗତିବିଧି ଉପରେ ନଜର ରଖିବ। ଅତ୍ୟାଚାର ଯୋଗୁ ସେ ଆଘାତ ପାଇଥିବାରୁ ଥାଇରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ। ତା’ ଗୋଡ଼ରେ ଆଘାତ ଲାଗିଛି।
ସେପଟେ ଏହି ହାତୀକୁ ଶ୍ରୀଲଙ୍କାରେ ଆଉ ୬ ମାସ ରହିବାକୁ ଦିଆଯାଉ ବୋଲି କଲମ୍ୱୋ ସ୍ଥିତ ଥାଇ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି କରିଛନ୍ତି ଶ୍ରୀଲଙ୍କାବାସୀ। ଯାହା ଚର୍ଚ୍ଚାର ବିଷୟ ହୋଛି।

ad-week
Leave A Reply

Your email address will not be published.