ଏସସିଓ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହବାଜ୍ ସରିଫ

add-all

ନୂଆଦିଲ୍ଲୀ : ଭାରତ ପକ୍ଷରୁ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଆୟୋଜନ କରାଯାଇଛି । ଏହି ବୈଠକରେ ଭାରତ, ପାକିସ୍ତାନ, ଚୀନ, ରୁଷିଆ ଏବଂ ଅନ୍ୟାନ୍ୟ ଦେଶର ରାଷ୍ଟ୍ରପତିମାନେ ଯୋଗ ଦେଇଥିଲେ । କିନ୍ତୁ ଏହି ମଞ୍ଚରେ ବି କଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଏହାକୁ କୂଟନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ ।
ସେ କହିଥିଲେ, ସବୁ ପ୍ରକାର ଆତଙ୍କବାଦକୁ ନିନ୍ଦା କରାଯିବା ଦରକାର। ଏଥିରେ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଅନ୍ତର୍ଭୁକ୍ତ । ଆତଙ୍କବାଦକୁ କୂଟନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି, ଲୋକଙ୍କୁ ହତ୍ୟା କରିବାର କୌଣସି ଯଥାର୍ଥତା ନାହିଁ ।
ଏହା ପରେ ସେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । କଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟ ଅଧିକାର ଏବଂ ସଂଖ୍ୟାଲଘୁଙ୍କ ଅଧିକାର ବିଷୟରେ ସେ କହିଥିଲେ । ଯେଉଁମାନେ କବଜାରେ ଅଛନ୍ତି ସେମାନଙ୍କୁ ମୌଳିକ ଅଧିକାର ଏବଂ ସ୍ୱାଧୀନତା ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ। ଭାରତରେ ମୁସଲମାନଙ୍କ ଅବସ୍ଥା ଖରାପ ବୋଲି ଅଭିଯୋଗ କରି ଶାହବାଜ ସରିଫ୍ କହିଛନ୍ତି, ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଘରୋଇ ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଭୁଲ ଭାବେ ଉପସ୍ଥାପନ କରାଯିବା ଉଚିତ ନୁହେଁ। ଧାର୍ମିକ ଆଧାରରେ ଜାଣିଶୁଣି ଘୃଣା ସୃଷ୍ଟି କରିବା ଉଚିତ ନୁହେଁ ।

ad-week
Leave A Reply

Your email address will not be published.