ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀ ମୃତ

add-all

ବଲାଙ୍ଗୀର: ପାରିବାରିକ କଲହରୁ ସ୍ବୀ କୁ ହତ୍ୟା କଲା ଜହ୍ଲାଦ ସ୍ୱାମୀ.. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ଝରବାହାଲି ଗାଁରେ…. ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀ ମୃତ..ସୂଚନା ଅନୁଯାଇ ଆଜି ସକାଳୁ ଲମ୍ବୋଦର ନାଏକ ଙ୍କ ସ୍ତ୍ରୀ ବବି କଅଁର ତାଙ୍କ ବିଲକୁ କପା ଲଗାଇବାକୁ ଯାଇ ଥିବା ବେଳେ ସେହି ସ୍ଥାନରେ ଲମ୍ବୋଦର ଫାଉଡ଼ା ରେ ଚୋଟ ମାରୀ ଫେରାର ମାରି ଥିବା ବେଳେ ଟିକ୍ରାପଡା ଗାଁ ଲୋକେ ଲମ୍ବୋଦର କୁ କାବୁ କରି ଟିକ୍ରାପଡା ପୋଲିସ କୁ ଖବର ଦେଇ ଥିଲେ l

ପରେ ପୁଲିସ ଆସି ଉଦ୍ଧାର କରି ଜହ୍ଲାଦ ସ୍ୱାମୀ ଙ୍କୁ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରୁ ଥିବା ବେଳେ ଅଂଚଳରେ ଚଞ୍ଚଲ୍ୟ ଖେଳି ଯାଇଛି lମୃତକ ହେଉଛନ୍ତି ଟିକ୍ରାପଡା ଥାନା ଝରବାହାଲି ଗାଁ ର ବବି କଅଁର,ଜଲ୍ଲାଦ ସ୍ୱାମୀ ହେଲେ ଲମ୍ବୋଦର ନାଏକ ଟିକ୍ରାପଡା ଫାଣ୍ଡିରେ ଅଟକ ରହିଛି lବବି କଅଁର ଙ୍କୁ ମୁର୍ମୁଷ ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିବା ପରେ ମୃତ ଘୋଷଣା କଲେ ଡାକ୍ତର l ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l

ad-week
Leave A Reply

Your email address will not be published.