ପୂଜାର୍ଚ୍ଚନା ପରେ ଖୋଲିଲାଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ

add-all

ଆଠଗଡ଼: ଧବଳେଶ୍ୱରକୁ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍‌ ଲଗାଯାଇଥିଲା।

ଏହାପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ। ହେଲେ ଅସ୍ଥାୟୀ ରାସ୍ତା ଧୋଇଯୁବାରୁ ଧବଳେଶ୍ୱର ପୀଠକୁ ଯାତୟତ ବନ୍ଦ ରହିଥିଲା। ଏବେ କଂକ୍ରିଟ ସେତୁ ନର୍ମାଣ ହେବାରୁ ସେହି ରାସ୍ତା ଦେଇ ଯିବେ ଶ୍ରଦ୍ଧାଳୁ। ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ୍‌ ରୋଡ୍‌ ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ମଧ୍ୟ ନିର୍ମାଣ କରାଯାଇଛି। ସେତୁ ନିର୍ମାଣ ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ରୁ ଧବଳେଶ୍ୱର ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା।

ad-week
Leave A Reply

Your email address will not be published.