ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍, ନଗଦ ୩୦ କୋଟି ଜବତ

add-all

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଆଇଟି ରେଡ୍‌ ।  ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି।  ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି।

ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି। ରେଡ୍‌ ବେଳେ ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଜବତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ଜବତ କରାଯାଇଛି। ଏହି ବ୍ୟବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଥିବା ସୂଚନା ମିଳିଛି। ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.