ରୁଷରୁ ଶସ୍ତା ତେଲ କିଣି ୫୭,୫୦୦ କୋଟି ସଂଚୟ କରିଛନ୍ତି ତେଲ କମ୍ପାନି, କିନ୍ତୁ ସାଧାରଣ ଲୋକ ପାଉନାହାନ୍ତି ସୁଫଳ

add-all

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆର୍ଥିକ କଟକଣା ଯୋଗୁଁ ରୁଷ ଭାରତକୁ ଶସ୍ତାରେ ତେଲ ଯୋଗାଇଦେଇଥିଲା । ଏହା ଫଳରେ ଭାରତୀୟ ତେଲ କମ୍ପାନିଗୁଡ଼ିକ ବିପୁଳ ଲାଭ କମାଇଚାଲିଛନ୍ତି, କିନ୍ତୁ ଏହାର ସୁଫଳ ସାଧାରଣ ଖାଉଟିଙ୍କ ନିକଟକୁ ଯାଉନାହିଁ । ଲୋକମାନେ ଏବେ ବି ମହଙ୍ଗା ଦରରେ ପେଟ୍ରୋଲ, ଡିଜେଲ କିଣୁଛନ୍ତି ।
ଏକ ରିପୋର୍ଟ ଅନୁସାରେ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଏହି କଂପାନିଗୁଡ଼ିକ ଗତ ୧୪ ମାସରେ (ଏପ୍ରିଲ ୨୦୨୨ରୁ ମେ ୨୦୨୩ ମଧ୍ୟରେ) ପ୍ରାୟ ୭ ବିଲିୟନ ଡଲାର ( ପ୍ରାୟ ୫୭,୫୦୦ କୋଟି ଟଙ୍କା) ସଞ୍ଚୟ କରିଛନ୍ତି । କିନ୍ତୁ ସାଧାରଣ ଗ୍ରାହକଙ୍କ ନିକଟକୁ ଏହି ଶସ୍ତାତେଲର କୌଣସି ସୁଫ​ଳ ପହଞ୍ଚୁନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ।
ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୨ରୁ ମେ ୨୦୨୩ ମଧ୍ୟରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀ ବିଲ୍ ୧୮୬.୪୫ ବିଲିୟନ ଡଲାର ଥିଲା। ଯଦି ଭାରତ ସେହି ଅଶୋଧିତ ତୈଳ ଅନ୍ୟ ଏକ ଯୋଗାଣକାରୀ ଦେଶରୁ ଆମଦାନୀ କରିଥାନ୍ତା, ତେବେ ଭାରତକୁ ୧୯୬.୬୨ ବିଲିୟନ ଡଲାର ଦେବାକୁ ପଡ଼ିଥାନ୍ତା। ଭାରତ ଋଷରୁ ୪୦ ବିଲିୟନ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି । ଭାରତ ଏହି ଅଶୋଧିତ ତୈଳ ବ୍ୟାରେଲ ପିଛା ୭୯.୭୫ ଡଲାର ମୂଲ୍ୟରେ ପାଇଛି, ଯାହା କି ଅନ୍ୟ ଦେଶର ହାରାହାରି ମୂଲ୍ୟ ତୁଳନାରେ ବ୍ୟାରେଲ ପିଛା ୧୪.୫ ଡଲାର ଶସ୍ତା ।

ad-week
Leave A Reply

Your email address will not be published.