ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିଥିବା ଶୁକ୍ଳାର ଘର ଉପରେ ଚାଲିଲା ବୁଲଡୋଜର

add-all

ଭୋପାଳ : ଆଦିବାସୀ ଶ୍ରମିକଙ୍କ ଉପରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରିସ୍ରା କରିବା ମଧ୍ୟପ୍ରଦେଶର ପରବେଶ ଶୁକ୍ଳାକୁ ମହଙ୍ଗା ପଡ଼ିଛି। ଶୁକ୍ଳା ସିଧି ଜିଲ୍ଲାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓକୁ ଆଧାର କରି ପୁଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଥିଲା। ତାଙ୍କ ନାଁରେ ଏନଏସ୍‌ଏ ଲାଗୁ କରାଯାଇଛି।
ଖାଲି ସେତିକି ନୁହେଁ, ଶୁକ୍ଳା ବେଆଇନ ଭାବେ ତିଆରି କରିଥିବା ଘର ଓ ଅନ୍ୟ କିଛି ପ୍ରତିଷ୍ଠାନ ଉପରେ ଆଜି ପ୍ରଶାସନର ବୁଲଡୋଜର ଚାଲିଛି। ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ।
ଏଥିସହ ଶୁକ୍ଳାକୁ କ୍ଷମତାସୀନ ବିଜେପି ସହ ମଧ୍ୟ ବିରୋଧୀ ଯୋଡ଼ିଥିଲେ। ଏହାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ସରକାର ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ। ଭିଡିଓକୁ ନେଇ ବିବାଦ ସୃଷ୍ଟି ହେଉଥିବାରୁ ରାଜ୍ୟ ସରାକାର ସ୍ଥାନୀୟ ପ୍ରଶାସନକୁ ଶୁକ୍ଳାର ଘର ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ମାଟିରେ ମିଶାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା।
ଆଜି ସକାଳୁ ଦୁଇଟି ବୁଲଡୋଜନର ଓ କିଛି ଅଧିକାରୀ ଶୁକ୍ଳାର ଘରେ ପହଞ୍ଚି ମପାଚୁପା ଆରମ୍ଭ କରିଥିଲେ। ସେ ବେଆଇନ ଭାବେ ତିଆରି କରିଥିବା ପାଚେରୀ ଓ ଘରକୁ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।
ତେବେ ତା’ ପରିବାର ଲୋକ ପରିସ୍ରା ବେଳର ଭିଡିଓକୁ ପୁରୁଣା କହିବା ସହ ନିର୍ବାଚନ ଆଗକୁ ଥିବାରୁ ଏହାକୁ ସାମ୍ନାକୁ ଅଣାଯାଇଥିବା କହିଛନ୍ତି। ଅଭିଯୁକ୍ତ ଶୁକ୍ଳାର ଭଉଣୀ କହିଛନ୍ତି, ‘ଏହା ଏକ ପୁରୁଣା ଭିଡିଓ। ଏବେ କେବଳ ରାଜନୀତିକ ଓ ନିର୍ବାଚନ କାରଣ ପାଇଁ ଏହାକୁ ଭାଇରାଲ କରାଯାଇ ମୋ ଭାଇକୁ ଗିରଫ କରାଯାଇଛି।”
ଏହାପୂର୍ବରୁ ଶୁକ୍ଳାର ବାପା ମଧ୍ୟ ନିଜ ପୁଅର ଓକିଲାତି କରିଥିଲେ। ସେ କହିଥିଲେ, “ମୋ ପୁଅ ଏପରି କେବେ ହେଲେ କରିପାରିବ ନାହିଁ। ତାକୁ ଫସାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି। ଆମେ ମଧ୍ୟ ଉକ୍ତ ଭିଡିଓକୁ ଦେଇ ଆଶ୍ଚର୍ଯ୍ୟ ହୋଇଛୁ।”
ମଙ୍ଗଳବାର ସାମ୍ନାକୁ ଆସିଥିବା ଭିଡିଓରେ ପରବେଶ ଶୁକ୍ଳା ବିଚ୍‌ ରାସ୍ତାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା। ଘଟଣାଟି ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍‌ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇଥିଲା। ପରବେଶ ପରିସ୍ରା କରିବା ବେଳେ ବେଶ ଷ୍ଟାଇଲରେ ସିଗାରେଟ ମଧ୍ୟ ଟାଣୁଥିଲା।

ad-week
Leave A Reply

Your email address will not be published.