ରାଜଧାନୀରୁ ନିଖୋଜ ୨ ଛାତ୍ର ଟିଟିଲାଗଡ଼ରୁ ଠାବ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି ଇଂରାଜି ମାଧ୍ୟମିକ ସ୍କୁଲ୍ର ଛାତ୍ର।

ଟିଟିଲାଗଡ଼ରୁ ଠାବ ହେଲା ପରେ ପୃଥ୍ବୀରାଜ ଓ ସୋନୁ କହିଛନ୍ତି ଉଭୟଙ୍କୁ ଅଚେତ କରି ଭୁବନେଶ୍ୱରରୁ ନିଆଯାଉଥିଲା। ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତ୍ତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଚନ୍ଦକା ପୁଲିସ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସବୁଦିନ ପରି ମଙ୍ଗଳବାର ଦିନ ପୃଥ୍ୱୀରାଜ ଓ ସୋନୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନଥିଲେ। ଦୁଇ ନାବାଳକ ଛାତ୍ର। ସ୍କୁଲ୍ ଛୁଟି ହେବାର ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ପରଠାରୁ ଆଜି ସକାଳ ପର୍ଯ୍ୟନ୍ତ ଖୋଜିଖୋଜି ନୟାନ୍ତ ହୋଇଯାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଚନ୍ଦକା ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ନିଖୋଜ ୨ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଥିଲା।

ad-week
Leave A Reply

Your email address will not be published.