ପନିପରିବା ଦର ବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

add-all

ଭୁବନେଶ୍ୱର: ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ଛାତ୍ର କଂଗ୍ରେସର ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ଘରକୁ ଟମାଟୋ ଓ ଭେଣ୍ଡି ଇତ୍ୟାଦି ମାଡ଼ କରିଥିଲେ।

ଛାତ୍ର କଂଗ୍ରେସ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଶ୍ରୀ ନାୟକଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ସେମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ବିରୋଧରେ ମଧ୍ୟ ନାରା ଦେଇଥିଲେ। ଛାତ୍ର କଂଗ୍ରେସର ଅନେକ ସଦସ୍ୟ ଲଙ୍କା, ଅଦା, ଟମାଟୋ ଓ ଭେଣ୍ଡିରେ ତିଆରି ମାଳ ପିନ୍ଧି ଥିଲେ। ସେମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ଘରକୁ ଟମାଟୋ ଓ ଭେଣ୍ଡି ମାଡ଼ କରିଥିଲେ। ସେମାନେ ମନ୍ତ୍ରୀଙ୍କ ଘରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା। ସେଥିପାଇଁ କିଛି ସମୟ ପାଇଁ ସେଠାରେ ଧସ୍ତାଧସ୍ତି ସ୍ଥିତି ଉପୁଜି ଥିଲା।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପନିପରିବା ଦରଦାମ ଏତେ ବଢ଼ି ଗଲାଣି, ତଥାପି ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ବାହାରୁ ନାହିଁ। ଲୋକେ ହନ୍ତସନ୍ତ ହେଉଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଦାୟୀ। ସେମାନଙ୍କ ଭୁଲ ନୀତି ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟରେ ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ଖୋଲାଯାଉ। ଯେଉଁ ଶୀତଳ ଭଣ୍ଡାର ଗୁଡ଼ିକ ବନ୍ଦ ହୋଇ ପଡ଼ିଛି, ସେଗୁଡ଼ିକୁ ଖୋଲାଯାଉ। ଆମ ରାଜ୍ୟ କୃଷି ପ୍ରଧାନ ରାଜ୍ୟ। କିନ୍ତୁ ଏଠାରେ ୧୩ଟି ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ। ଚାଷୀମାନେ ନିଜ ଉତ୍ପାଦକୁ ସଂରକ୍ଷଣ କରି ରଖିପାରୁ ନାହାନ୍ତି।

ad-week
Leave A Reply

Your email address will not be published.