୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓସେପା

add-all

ଭୁବନେଶ୍ୱର: ୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ଏନେଇ ୩୦ ଜିଲ୍ଲା ପାଇଁ ଗଠନ ହେଲା ଟିମ୍। ଗୁଣାତ୍ମକ ପାଠପଢାକୁ ଧ୍ୟାନରେ ରଖି ସରକାର ହାଇସ୍କୁଲ ରୂପାନ୍ତରଣରେ ୫-ଟି ସ୍କୁଲ କରାଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନଗାର ଓ ଇ-ଲାଇବ୍ରେରୀ କରାଯାଇଛି। ଏହାର ସ୍ଥିତି କିପରି ରହିଛି ସେନେଇ ଅନୁଧ୍ୟାନ କରିବ ଓସେପା।

୩୦ ଜିଲ୍ଲା ପାଇଁ ଗଠନ ହୋଇଥିବା ଏହି ଟିମ ଜୁନ୍ ୬ ତାରିଖଠାରୁ ଜୁନ୍ ୮ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ୫-ଟି ସ୍କୁଲର ଉପକରଣ ସ୍ଥିତି ଅନୁଧ୍ୟାନ କରିବ। ଏହାର ରିପୋର୍ଟ ଜୁଲାଇ ୧୩ ତାରିଖ ସୁଦ୍ଧା ଦାଖଲ କରାଯିବ। ଏହାକୁ ତଦାରଖ କରିବେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ। ଏହି ଟିମରେ ସାମିଲ ଅଛନ୍ତି ଓସେପା ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରୋଗ୍ରାମର, ସାଇନ୍ସ ସୁପରଭାଇଜର ଏବଂ ଅନ୍ୟ ଅଧିକାରୀ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସ୍କୁଲ ପରିଦର୍ଶନ କରିବାକୁ କୁହାଯାଇଛି।

ad-week
Leave A Reply

Your email address will not be published.