ଓଲଟିଲା ଟିଟିଲାଗଡରୁ ଦୁଇ ନିଖୋଜ ଛାତ୍ରଙ୍କୁ ନେଇ ଫେରୁଥିବା କାର

add-all

ଭୁବନେଶ୍ୱର : ଟିଟିଲାଗଡରୁ ଦୁଇ ନିଖୋଜ ନାବାଳକଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦଶପଲ୍ଲା ବାଣୀଗୋଛା ମୁଖ୍ୟ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆହତଙ୍କୁ ନିକଟସ୍ଥ ମେଡିକାଲ୍ ନିଆଯାଇଥିବା ସୂଚନା ମିଳିଛ। ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଅଣାଯାଉଛି।

ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରୁ ଠାବ ହୋଇଥିଲେ । ଏହି ଦୁଇ ଛାତ୍ର ରାଜଧାନୀର ଏକ ଘରୋଇ ସ୍କୁଲର । ଛାତ୍ର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଚନ୍ଦକା ପୋଲିସର ଟିମ୍ ଟିଟିଲାଗଡ ଯାଇ ପିଲାଙ୍କୁ ଉଦ୍ଧାର କରି ଫେରୁଥିବା ବେଳେ ତାଙ୍କ ଗାଡ଼ି ଦୁର୍ଘଟଣଶଗ୍ରସ୍ତ ହୋଇଥିଲା ।

ଦଶମ ଶ୍ରେଣୀର ଛାତ୍ର ପୃଥ୍ଵୀରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ହେଲେ ଘରକୁ ଫେରି ନଥିଲେ ଦୁଇ ନାବାଳକ। ସକାଳୁ ରାତି ଯାଏ ଖୋଜିଖୋଜି କରି ନୟାନ୍ତ ହେଲେ ଦୁଇ ନାବାଳକଙ୍କ ବାପା ମାଆ ଓ ପରିବାର ଲୋକେ। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ବାପା ମାଆ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.