କଥା ନ ମାନିବାରୁ ରାଗରେ ୧୨ ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷୟିତ୍ରୀ

add-all

ନୋଏଡା : ଉତ୍ତର ପ୍ରଦେଶର ନୋଏଡାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନାମୀ ସ୍କୁଲର ଶିକ୍ଷୟିତ୍ରୀ ୧୨ ଜଣ ଛାତ୍ରଙ୍କ ଚୁଟି କାଟି ଦେଇଛନ୍ତି। ଯେତେବେଳେ ଛାତ୍ରମାନଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସମସ୍ତେ ପୋଲିସ ନିକଟରେ ପହଞ୍ଚିଥିଲେ। ଏହି ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବରଖାସ୍ତ କରିଦେଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଏହି ମାମଲା ନୋଏଡାର ସେକ୍ଟର-୧୬୮ସ୍ଥିତ ଏକ ସ୍କୁଲର। କିଛି ଦିନ ତଳେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ଶିକ୍ଷୟିତ୍ରୀ କେଶ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଛାତ୍ରମାନେ ଶିକ୍ଷୟିତ୍ରୀଙ୍କ ପରାମର୍ଶକୁ ଅଣଦେଖା କରିଥିଲେ। ଏଥିରେ ଶିକ୍ଷକଙ୍କ ରାଗ ଏତେ ବଢ଼ିଯାଇଥିଲା ଯେ ସେ ନିଜେ ଆସି ୧୨ ଛାତ୍ରଙ୍କ କେଶ କାଟି ଦେଇଥିଲେ।

ଯେତେବେଳେ ଛାତ୍ରମାନେ ନିଜ ଘରେ ପହଞ୍ଚିଥିଲେ, ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ପିଲାମାନଙ୍କ ସହ କଥା ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତ ଅଭିଭାବକ ଥାନାରେ ପହଞ୍ଚିଥିଲେ। ଏ ନେଇ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ସ୍କୁଲରେ ପହଞ୍ଚି ଜୋର୍‌ଦାର ହଙ୍ଗାମା କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଗମ୍ଭୀରତାର ସହ ନେଇ ଶିକ୍ଷୟିତ୍ରୀଙ୍କୁ ବରଖାସ୍ତ କରିଛନ୍ତି।

ad-week
Leave A Reply

Your email address will not be published.