ତେଲେଙ୍ଗାନାରେ ଫାଲକନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ଅଗ୍ନିକାଣ୍ଡ

add-all

ବୋମ୍ମାଇପାଲ୍ଲୀ: ଆଜି ତେଲେଙ୍ଗାନାର ବୋମ୍ମାଇପାଲ୍ଲୀ ଓ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକ୍‌ନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍‌ଓ’ ସି. ଏଚ୍‌. ରାକେଶ କହିଛନ୍ତି, ନିଆଁ ଲାଗିଥିବା କଥା ଜଣାପଡ଼ିବା କ୍ଷଣି ଟ୍ରେନ୍‌ ଘଟଣାସ୍ଥଳରେ ଅଟକି ଯାଇଥିଲା ଓ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏସ୍‌୪’, ‘ଏସ୍‌୫’ ଓ ‘ଏସ୍‌୬’ ବଗିରେ ନିଆଁ ଲାଗିଛି। ଟ୍ରେନ୍‌ରୁ ଓହ୍ଲାଇପଡ଼ିଥିବା ଯାତ୍ରୀମାନଙ୍କ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ନିଆଁ ସମ୍ପୂର୍ଣ୍ଣ ଲିଭିଯିବା ପରେ ସେ ବାଟ ଦେଇ ଯାଉଥିବା ବାକି ଟ୍ରେନ୍‌ଗୁଡ଼ିକର ବାତିଲ ବା ପଥ ପରିବର୍ତ୍ତନ ସଂକ୍ରାନ୍ତରେ ସୂଚନା ଜାରି କରାଯିବ। ପରେ ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାରି ହେବ।

ପୂର୍ବାହ୍ନ ପ୍ରାୟ ୧୧.୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ଡିଭିଜନ୍‌ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.