ମ୍ୟାଜିକ ପେନର କମାଲ : ଆର ଫର୍ମ ବିନା ଚାଲିଛି ପଥର ଓ ବାଲି ବ୍ୟବସାୟ

add-all

ବ୍ରହ୍ମପୁର (୮/୭) : ଆସ୍କା ରାଜସ୍ୱ ବିଭଗ ଅଧିନରେ ଥିବା ଅଧିକାଂଶ ପାହାଡ ଓ ନଦୀ ଘାଟ ଗୁଡିକ ରୁ ଦିନ ଦ୍ୱିପ୍ରହରେ ଖୁଲାମ ଖୁଲା ବିନା ଆର ଫର୍ମ ରେ ପଥର ଓ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ରାଜସ୍ୱ ବିଭଗ ଅଧିକାରୀ ମହାଶୟ ହାତଗଣତି କେତେକ ପାହାଡ ଓ ବାଲିଗୁତା ଲିଜ ଦେଇ ଚୁପ ହୋଇ ବସି ରହିବା ଫଳରେ ଲିଜ ନେଇଥିବା ଓ ଲିଜ ହୋଇନଥିବ ପାହାଡ଼ ଅବାଧ ରେ ଫୁଟାଇ ନିକଟରେ ଥିବା କ୍ରସର କୁ ନେଇ ଗୁଡି ପ୍ରସ୍ତୁତ କରି ବିନା ଆର ଫର୍ମରେ ଚାଲାଣ କରୁଥିଲେ ମଧ୍ୟ ବିଭଗୀୟ ଅଧିକାରୀ ଚୁପ ହୋଇ ବସିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ହେଉଛି ।

ସେହି ଭଳି କେତେକ ବାଲିଘାଟ ଓ ବେନିୟମ ବାଲିଘାଟ ରୁ ରୀତିମତ ବିନା ଆର ଫର୍ମରେ ବାଲି ଚାଲାଣ ହେଉଛି।ରାଜସ୍ବ ବିଭାଗ ସହ ଏହି ମାଫିଆ ମାନଙ୍କ ମ୍ୟାଚ ଫିକ୍ସିଂ ହୋଇଥିବା ଯୋଗୁଁ ସରକାର ଙ୍କ ରାଜସ୍ୱ କ୍ଷତି ଘଟୁଛି। ପ୍ରକାଶ ଥାଉ କିଗତ ଦୁଇ ବର୍ଷ ତଳେ ଆସ୍କା ପୋଲିସ ମ୍ୟାଜିକ ପେନ ର ପର୍ଦାଫାସ କରିଥିଲା। ବାଲିଚାଲାଣ ସମୟରେ ଏହି ମ୍ୟାଜିକ ପେନ ବ୍ୟବହାର କରି ଗୋଟିଏ ଆ ର ଫୋର୍ମ ରେ ବାରମ୍ବାର ତାରିଖ ଲେଖି ବାଲି ଚାଲାଣ କରୁଛନ୍ତି।ଉକ୍ତ ମ୍ୟାଜିକ ପେନ ରେ କାଗଜ ଉପରେ ଲେଖି କାଗଜ କୁ ଗରମ କରିଲେ ଉକ୍ତ ଲେଖା ନିଭି ଯାଏ ଏହାର ସୁଯୋଗ ବାଲି ଓ ପଥର ଚାଲାଣ ମାଫିଆ ମାନେ ଏହିପରି ରାଜସ୍ୱ ଠାକୁଥିବା ଦେଖିବାକୁ ମିଳୁଛି।ଖୋଦ ଗଞ୍ଜାମ ଜିଲ୍ଲା ପାଳ ତଦନ୍ତ କରିଲେ ସରକାରଙ୍କ ରାଜସ୍ୱ ବଢ଼ିବ ।

ad-week
Leave A Reply

Your email address will not be published.