ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ

add-all

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ କରିଛି ପୋଲିସ ।

ସୂଚନା ଅନୁଯାୟୀ, ରାଜଧାନୀର ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ, କଟକ ରୋଡ଼, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ଓ ଖାରବେଳନଗର ଅଞ୍ଚଳରେ ଥିବା ହୋଟେଲଗୁଡ଼ିକରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଆପ ଅଧୀନରେ ରେଜିଷ୍ଟର କରିନଥିବାରୁ ସେମାନଙ୍କୁ ତାଗିଦ କରାଯାଇଥିବା ଜଣାଯାଇଛି। ସେଫ ସିଟି ଡ୍ରାଇଭ ଅଧୀନରେ ସହରବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଯେଉଁମାନେ ସରାଇ ଆପକୁ ଅନୁଶରଣ କରୁନାହାନ୍ତି ସେମାନଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତିକ ସିଂ ।

ad-week
Leave A Reply

Your email address will not be published.