ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

add-all

ପୁଞ୍ଚ୍‌: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନଙ୍କର ସହିଦ ହୋଇଥିବା କଥା ଆଜି ଭାରତୀୟ ସେନା କହିଛି।
ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ ଭାସି ଯାଇଥିଲେ।
ଦୁହିଁଙ୍କ ମଧ୍ୟରୁ ନାଏବ ସୁବେଦାର କୁଳଦୀପ ସିଂହଙ୍କ ଶବକୁ ଶନିବାର ରାତିରେ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ସିପାହୀ ତେଲୁ ରାମଙ୍କ ଶବ ଆଜି ଉଦ୍ଧାର କରାଯାଇଛି।
ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭାରତୀୟ ସେନାର ୧୬ କର୍ପସ୍‌ କହିଛି, ପୁଞ୍ଚର ଜଟିଳ ପାର୍ବତ୍ୟ ଭୂଇଁରେ ‘ଏରିଆ ଡୋମିନିଅନ୍‌ ପାଟ୍ରୋଲ୍‌’ ସମୟରେ ନଈ ପାର ହେଉଥିବା ବେଳେ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଜଳରେ ଭାସି ଯାଇ ଆତ୍ମବଳି ଦେଇଥିବା ଏନ୍‌.ବି. ସବ୍‌ କୁଳଦୀପ ସିଂହଙ୍କ ପ୍ରତି ସବୁ ରାଙ୍କ୍‌ର ଅଭିବାଦନ। ଶୋକସନ୍ତପ୍ତ ପରିବାର ପ୍ରତି ଭାରତୀୟ ସେନାର ସମବେଦନା।
ଉଲ୍ଲେଖଯୋଗ୍ୟ, କ୍ରମାଗତ ୩ ଦିନ ଧରି ପ୍ରବଳ ବର୍ଷା ହେଉଥିବା ଜମ୍ମୁ ଓ କଶ୍ମୀରର ୨ଟି ଜିଲ୍ଲା (କଠୁଆ ଓ ସାମ୍ବା) ପ୍ରତି ଆଗାମୀ ୨୪ ଘଣ୍ଟା ପାଇଁ ‘ରେଡ୍‌ ଆଲର୍ଟ’ ଜାରି କରାଯାଇଛି।

ad-week
Leave A Reply

Your email address will not be published.