ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଦେଖାଇଲା ମାନବିକତା

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଆଜି ସକାଳେ ଜଣେ ଦିବ୍ୟାଙ୍ଗ ମାନସିକ ରୋଗୀ ବଜାରରେ ବୁଲୁଥିବା ସମୟରେ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଯୋଗେନ୍ଦ୍ର କୁମାର ବାଘ, ବିରୁପାକ୍ଷ ବେହେରା, ବାଲିଆ ପ୍ରସାଦ କହଁର, ଅରୁଣ କୁମାର ମଲ୍ଲିକଙ୍କ ନିଷ୍ଠାପର ସହଯୋଗରେ ଅସହାୟ ଦିବ୍ୟାଙ୍ଗକୁ ଗାଧୋଇ ଦେବା ସହିତ ନୂତନ ବସ୍ତ୍ର ଏବଂ କିଛି ଖାଦ୍ୟ ଖାଇବା ପାଇଁ ଦେଇଥିଲେ । ଏହି କାର୍ଯ୍ୟ ଟି ରାମ ମନ୍ଦିର ରୋଡ଼ ନିକଟରେ କରାଯାଇଥିଲା । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ ମାଧ୍ୟମରେ ଏପରି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କର୍ମକର୍ତ୍ତା ନିଷ୍ପତ୍ତି ନେଇଥିବା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ ମତ ପ୍ରକାଶ କରିଥିଲେ । ସଂଘର ଏପରି କାର୍ଯ୍ୟ ଦେଖି ସ୍ତାନୀୟ ଲୋକେ ପ୍ରଶଂସା କରିଥିଲେ l

ad-week
Leave A Reply

Your email address will not be published.