ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ାଇବା ବେଆଇନ: ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ତଥାପି ଏହି ମାମଲାରେ କେନ୍ଦ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ କୁମାର ମିଶ୍ରା ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆଗକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ(FATF) ଦ୍ୱାରା ସମୀକ୍ଷା ବୈଠକ ଥିବାରୁ ସେ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କୋର୍ଟ କହିଛନ୍ତି। ତେବେ ତା’ପରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଜଣେ ନୂଆ ମୁଖ୍ୟ ନିଯୁକ୍ତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସଞ୍ଜୟ କୁମାର ମିଶ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ୨୦୧୮ ନଭେମ୍ବର ମାସରେ ଦାୟିତ୍ୱ ନେଇଥିଲେ। ସେ ଦୁଇ ବର୍ଷ ପରେ ଆର୍ଥାତ୍ ତାଙ୍କୁ ୬୦ ବର୍ଷ ହେବା ପରେ ସେ ଏହି ପଦବୀରୁ ଅବସର ନେବା କଥା। କିନ୍ତୁ ୨୦୨୦ ନଭେମ୍ବରରେ ସରକାର ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଥିଲେ। ତା’ପରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ଥର ବଢ଼ାଯାଇଛି।
ବାରମ୍ବାର ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଥିବାରୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ କଡ଼ା ବିରୋଧ କରି ଆସୁଥିଲେ। ସେମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ରାଜନୀତିକ ବିରୋଧୀଙ୍କ ବିପକ୍ଷରେ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି।

ad-week
Leave A Reply

Your email address will not be published.