ଲେଫ୍ରିପଡ଼ାଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

add-all

ସୁନ୍ଦରଗଡ଼ ୧୦/୭/୨୩ : ଆଜି ଲେଫ୍ରିପଡ଼ା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିଥିଲେ।

ଏହି ଜନ ଶୁଣାଣି ରେ ମୋଟ ୭୯ ଟି ଅଭିଯୋଗ ଆସିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ୪୯ ଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ ୩୦ ଗୋଟି ସାମୁହିକ ବା ଗୋଷ୍ଠି ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ରହିଥିଲା I ଏହି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ରାସ୍ତା ଘାଟ ମରାମତି, ଡ୍ରେନେଜ ସମସ୍ୟା, ବିଦ୍ୟାଳୟ ର ସମସ୍ୟା, କର୍ମଚାରୀ ନିଯୁକ୍ତି ଆଦି ରହିଥିଲା I ସେହିପରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ, ଇନ୍ଦିରା ଆବାସ, ରାସନ କାର୍ଡ, ବିଦ୍ୟୁତ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା, କୋର୍ଟ କେଶ ଆଦି ରହିଥିଲା I

ସେହିପରି ୨୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜନଶୁଣାଣି ରେ ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠି ରୁ ୩ ଜଣ ଓ ରେଡକ୍ରସ ତରଫରୁ ଜଣେ ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମନୋଜ ମହାଜନ,ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ଜିଲ୍ଲା ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ବିଡିଓ ଲେଫ୍ରିପଡ଼ା ଜନ୍ମଜୟ ବେହେରା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

ad-week
Leave A Reply

Your email address will not be published.