୬୬୨ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ଶୋଭାଯାତ୍ରା

add-all

ଫୁଲବାଣୀ : ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କନ୍ଧମାଳ ଶାଖା ନିଜର ୪ ଦଫା ଦାବି ପତ୍ର ନେଇ ଏକ ଶୋଭା ଯାତ୍ରାରେ ଯାଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୧୫୦ ଦିନ ହେଲା ଫେବୃଆରୀ ୧୨ ତାରିଖରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନିଜର ଦାବି ଉପସ୍ଥାପନ କରି ଆସୁଥିବା ସତ୍ତ୍ୱେ ଦାବି ପୂରଣର ଆଶ୍ଵାସନା ଦେଇ ସରକାର ଚତୁରତାର ସହ ନିବେଦନ କରିବା ଦ୍ୱାରା ସମସ୍ତେ ଗତ +୨ ଓ +୩ ପରୀକ୍ଷା ଓ ମୂଲ୍ୟଙ୍କନରେ ସହଯୋଗ କରିଥିଲେ ଯଦି ଦାବି ପୂରଣ ନ ହୁଏ ତେବେ ଆସନ୍ତା ଜୁଲାଇ ୨୦ ତାରିଖରୁ ୬୬୨ ଜଣ କଲେଜର ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟ ବନ୍ଦ କରି କଲେଜ ସମ୍ମୁଖରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି ସଭାପତି ନବ ସାହୁ, ସମ୍ପାଦକ ପ୍ରଶାନ୍ତ କର, ଅଧକ୍ଷ ସନ୍ତୋଷ ପ୍ରଧାନ, ଅଶୋକ ପାଣି,ସତ୍ୟ ପାଣିଗ୍ରାହୀ,ଆମ୍ବର୍ ସାହୁ, ସମୀର ସାହୁ, ଦେବେନ୍ଦ୍ର ପ୍ରଧାନ, ସୁଦାମ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.