ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବନିତା କୁମାରୀ ସାହୁ । ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲାର କୁଆଁପଡ଼ା ଅଞ୍ଚଳର ଜଣାପଡିଛି। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ।

ସୂଚନାଅନୁସାରେ ଗତକାଲି ସଂଧ୍ୟାରେ ସେ ହୋଟେଲରେ ରହିଥିଲେ । ହୋଟେଲ କର୍ମଚାରୀ ଚେକ୍‌ ଅପ୍‌ ପାଇଁ ଯାଇଥିଲେ ବେଳେ ଯୁବତୀ ଜଣଙ୍କ କବାଟ ଖୋଲିନଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା । ହେଲେ ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ହୋଟେଲରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଯୁବତୀଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ଅଛି ତାର କାରଣ ଜଣାପଡ଼ିନାହିଁ।

ad-week
Leave A Reply

Your email address will not be published.