ଆସନ୍ତା ସପ୍ତାହ ଆରମ୍ଭରୁ ବଙ୍ଗୋପୋସାଗରରେ ସୃଷ୍ଟି ହେବ ଲଘୁଚାପ

add-all

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା । ଆସନ୍ତା ସପ୍ତାହ ଆରମ୍ଭରୁ ବଙ୍ଗୋପୋସାଗରରେ ସୃଷ୍ଟି ହେବ ଲଘୁଚାପ । ଏହା ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ୨୧ ତାରିଖ ବେଳକୁ ଓଡ଼ିଶା ଅତିକ୍ରମ କରିବା ସମ୍ଭାବନା ରହିଛି । ଜୁଲାଇ ୧୮ରୁ ରାଜ୍ୟରେ ବଢିବ ବର୍ଷା ପରିମାଣ । ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଅନୁମାନ, ଆସନ୍ତା ସପ୍ତାହ ଆରମ୍ଭରୁ ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଓଡ଼ିଶାକୁ ପହଞ୍ଚିବା ପୂର୍ବରୁ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ।

ଅନୁମାନ କରାଯାଉଛି, ୧୯ କିମ୍ବା ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ୨୧ ତାରିଖ ବେଳକୁ ଗଞ୍ଜାମରୁ ଜଗତସିଂହପୁର ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଫଳରେ ଓଡ଼ିଶାରେ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ, ଓଡ଼ିଶାରେ ୧୮ ତାରିଖରୁ ବଢିପାରେ ବର୍ଷା ପରିମାଣ।

ad-week
Leave A Reply

Your email address will not be published.