ଖଡଗପୁର- ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ

add-all

ଖଡଗପୁର– ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ। ଇଞ୍ଜିନ୍‌ ତଳୁ ଧୁଆଁ ବାହାରିବା ଦେଖି ଭୟରେ ଟ୍ରେନରୁ ଓହ୍ଲାଇଲେ ଯାତ୍ରୀ। ବାଲେଶ୍ୱର ଲକ୍ଷ୍ମଣନାଥ ରୋଡ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ନିଆଁ ଦେଖାଯାଇଥିଲା। ଧୁଆଁ ଦେଖି ଟ୍ରେନର ଯାତ୍ରୀମାନେ ଚିତ୍କାର କରି ପାଇଲଟ୍‌କୁ ଇସାରା ଦେଇଥିଲେ।

ଲକ୍ଷ୍ମଣନାଥ ରୋଡ଼ ଷ୍ଟେସନରେ ଟ୍ରେନ୍‌ ଛିଡା ହେବା ପରେ ପାଇଲଟ୍‌ ତଳକୁ ଓହ୍ଲାଇ ଇଞ୍ଜିନ ତଳୁ ବାହାରୁଥିବା ଧୁଆଁକୁ ଆୟତ୍ତ କରିଥିଲେ। ଇଞ୍ଜିନ ଚକାରେ ଲାଗିଥିବା ସ୍ପ୍ରିଂ ବକ୍ସରେ ମୋବିଲ୍‌ ଲିକ୍‌ରୁ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ ଆୟତ୍ତ ହେବାର ଅଧଘଣ୍ଟା ପରେ ଆଗକୁ ଗଡିଥିଲା ଟ୍ରେନ।

ad-week
Leave A Reply

Your email address will not be published.