ଚୋରା ବାଇକ୍‌ ଚାଲାଣକାରୀ ଗିରଫ

add-all

ହିଞ୍ଜିଳିକାଟୁ (୧୪/୭): ଗତ ମେ ମାସ ୪ ଝତାରିଖ ରାତିରେ ହିଞ୍ଜିଳି ଅଞ୍ଚଳରୁ ଚୋରୀ ହୋଇଥିବା ଏକ ପଲସର ବାଇକ୍ (ଓଡି୦୭ଏଏଫ ୭୩୪୮)କୁ ପୁଲିସ ଉଦ୍ଧାର କରିବା ସହ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ଟାଉନ୍ ଥାନା ଗେଟ୍ ବଜାର ଅଞ୍ଚଳର ଚନ୍ଦନ ସାହୁ (୧୯) । ଏ ନେଇ ହିଞ୍ଜିଳି ଥାନା କେସ ନମ୍ବର ୩୨୩/୨୩ ରେ ଏକ ମାମଲା ରୁଜୁ କରି ଶୁକ୍ରବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ମେ ମାସ ୪ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳି ଗ୍ରାମର ପୁରୁଷୋତ୍ତମ ମୁନି ବ୍ରହ୍ମପୁରରୁ ଫେରି ଘର ସମ୍ମୁଖରେ ବାଇକ୍ ରଖିଥିଲେ ।‌୫ ତାରିଖ ସକାଳୁ ଘର ସମ୍ମୁଖରେ ନିଜ ବାଇକ୍ ନଥିବାରୁ ଚୋରୀ ହୋଇଥିବା ସନ୍ଦେହ କରି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଭିତ୍ତିରେ ହିଞ୍ଜିଳି ପୁଲିସ ୩୨୩।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ଆରଏମସି ଛକରେ ପେଟ୍ରୋଲିଂ କରୁଥିବା ବେଳେ ୨ ଜଣ ଯୁବକ ପଲସର ବାଇକରେ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିବା ସମୟରେ ବାଇକଟି ଚୋରି ବାଇକ୍ ବୋଲି ପୋଲିସ ଜାଣିବାକୁ ପାଇଲେ। ସେମାନଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାରହୋଇଯାଇଥିବା ଵେଳେ ଚନ୍ଦନ କୁ ପୋଲିସ କାଵୁ କରିବାରେ ସଫଳ ହୋଇଛି । ଗିରଫ ଯୁବକଙ୍କ ଠାରୁ ପଚରାଉଚରା କରିବାରୁ ସେ ସହଯୋଗୀ ଙ୍କ ସହ ଚୋରି କରିଥିବା ସ୍ବୀକାର କରିଥିଲେ। ଲୁଟ୍ ବାଇକ୍ କୁ ପୁଲିସ ଜବତ କରି ବାଇକ୍ ମାଲିକଙ୍କୁ ହସ୍ତାନ୍ତର କରିଛି ।

ad-week
Leave A Reply

Your email address will not be published.