ଟମାଟୋ ସଂସାର ଉଜାଡ଼ି ଥିଲା ପୁଣି ସଜାଡ଼ି ଦେଲା !

add-all

ସ୍ୱାମୀ ନପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେବାରୁ ଘର ଛାଡ଼ି ଚାଲି ଯାଇଥିଲେ ସ୍ତ୍ରୀ। କିଛିଦିନ ତଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଟମାଟୋ ପାଇଁ ଯେଉଁ ସଂସାର ଭାଙ୍ଗି ଯାଇଥିଲା ଆଜି ସେହି ଟମାଟୋ ପୁଣି ଥରେ ସଂସାର ଯୋଡ଼ି ଦେଇଛି। ଅଧା କିଲୋ ଟମାଟୋ ଦେଇ ପତ୍ନୀକୁ ମନାଇ ଘରକୁ ଫେରାଇ ଆଣିଛନ୍ତି ପତି। ଏଥିସହ ଆଗକୁ ନ ପଚାରି ଟମାଟୋ ବ୍ୟବହାର କରିବେ ନାହିଁ ବୋଲି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେଇଛନ୍ତି।

ବର୍ତ୍ତମାନ ଦେଶ ସାରା ଟମାଟୋ ଦର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ଏହାରି ମଧ୍ୟରେ ଭୋପାଳର ସଞ୍ଜୀବ ବର୍ମା, ପତ୍ନୀ ଆରତୀଙ୍କୁ ନ ପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେଇଥିଲେ। ଫଳରେ ଆରତୀ ରାଗିଯାଇ ଝିଅକୁ ନେଇ ଘରୁ ପଳାଇଥିଲେ। ପରେ ସେ ଏନେଇ ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣା ଅନୁଧ୍ୟାନ କରିବା ପରେ ଆରତୀ ତାଙ୍କ ଭଉଣୀ ଘରେ ଥିବା ଜାଣିବାକୁ ପାଇଥିଲା।

ପୁଲିସ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରିଛି। ଏପରି ଛୋଟ-ମୋଟ ଘଟଣା ପାଇଁ ଆଗକୁ ଯେପରି ପରିବାରରେ ବିଶୃଙ୍ଖଳା ନହୁଏ ସେଥିପାଇଁ ପରାମର୍ଶ ଦେଇଛି। ଏଥିସହ ସଞ୍ଜୀବ, ଆରତୀଙ୍କୁ ଅଧା କିଲୋ ଟମାଟୋ ଉପହାର ସ୍ୱରୂପ ଦେବା ପରେ ସେ ଘରକୁ ଫେରିଛନ୍ତି।

ad-week
Leave A Reply

Your email address will not be published.