ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

Independence

ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି। ହେଲେ ବନ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ସିଧାସଳଖ ଅଭିଯେଗ କରିଛି ଆମ୍ ଆଦମୀ ପାର୍ଟି (AAP) ।

AAP ଅଭିଯୋଗ କରିଛି ଯେ, ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡ଼ି ଦିଲ୍ଲୀକୁ ବୁଡ଼ାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, “ଏ ବନ୍ୟା ପରିସ୍ଥିତି ସହରକୁ ବୁଡ଼ାଇବା ପାଇଁ ଏକ ଷଡ଼ଯନ୍ତ୍ର। ଦିଲ୍ଲୀକୁ ଜାଣିଶୁଣି ବୁଡ଼ାଇ ଦିଆଯାଇଛି । ହଟନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ କେବଳ ଦିଲ୍ଲୀକୁ ଛଡ଼ା ଯାଇଥିଲା। ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଜଳମଗ୍ନ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।”

ସେ ଅଭିଯୋଗ କରିଛନ୍ତି ଯେ, ବ୍ୟାରେଜରୁ ଅଧିକ ଜଳ ହରିୟାଣାର ପଶ୍ଚିମ କେନାଲ ଏବଂ ଉତ୍ତରପ୍ରଦେଶର ପୂର୍ବ କେନାଲକୁ ଛଡାଯାଉ ନାହିଁ । ସେହିପରି ଦିଲ୍ଲୀ PWD ମନ୍ତ୍ରୀ ଅତିଶି ସହରରେ ବନ୍ୟା ପରିସ୍ଥିତିକୁ ଏଡାଇ ଦିଆଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଆସନ୍ତା 12 ଘଣ୍ଟା ମଧ୍ୟରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବାରୁ ଲୋକମାନେ ଆଶ୍ୱସ୍ତି ପାଇବେ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ହାଥନିକୁଣ୍ଡ ବ୍ୟାରେଜରୁ ସମସ୍ତ ଜଳ କେବଳ ଦିଲ୍ଲୀକୁ କାହିଁକି ଛଡାଗଲା, ଏହା ଏକ ବଡ ପ୍ରଶ୍ନ । ସେଠାରୁ ଉତ୍ତରପ୍ରଦେଶ ଏବଂ ହରିୟାଣାକୁ ଗୋଟିଏ ବି ବୁନ୍ଦା ପାଣି ଛଡା ଯାଇନି । ଏଥିପାଇଁ ହରିୟାଣାଙ୍କୁ ଉତ୍ତର ଦେବାକୁ ପଡିବ । 

ସେହିପରି AAP ନେତା ସୋମନାଥ ଭାରତୀ ମଧ୍ୟ ଦିଲ୍ଲୀ ବନ୍ୟାକୁ ବିଜେପି ଦ୍ୱାରା ସୃଷ୍ଟି କରାଯାଇଥିବା ବିପର୍ଯ୍ୟୟ ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି, “ଉତ୍ତରପ୍ରଦେଶ ଏବଂ ହରିୟାଣାର ପୂର୍ବ ଏବଂ ପଶ୍ଚିମ କେନାଲଗୁଡିକ ସମ୍ପୂର୍ଣ୍ଣ ଶୁଖିଗଲାଣି । ଜଳ ପ୍ରବାହ ଉଦ୍ଦେଶ୍ୟମୂଳକ ଭାବେ ଦିଲ୍ଲୀ ଆଡକୁ କରାଯାଇଛି। ଦିଲ୍ଲୀରେ ବନ୍ୟା ପରିସ୍ଥିତି ଏକ ବିଜେପି ବିପର୍ଯ୍ୟୟ ।”

ଆପର ଏହି ଅଭିଯୋଗକୁ କଡା ସମାଲୋଚନା କରିଛି ବିଜେପି । ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚଦେବ କହିଛନ୍ତି ଯେ, “ଏହା ଆପ୍ ସରକାରର ଦାୟିତ୍ବହୀନତାର ପରିଣାମ । କିନ୍ତୁ ଅନ୍ୟ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି । କୋଭିଡ-19 ସମୟରେ ଆପ୍ ଏହିପରି କରିଥିଲା ।”

ad-week
Leave A Reply

Your email address will not be published.