ଯୀଶୁଙ୍କୁ ପାଇବାକୁ ଉପବାସ, ଗଲାଣି 403ଙ୍କ ଜୀବନ

add-all

ନୂଆଦିଲ୍ଲୀ : କେନିଆର ଏକ ଜଙ୍ଗଲରୁ ଉଦ୍ଧାର ହେଉଛି କୁଢ କୁଢ ଶବ। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 400 ପାର୍ କରିଥିବା ସୂଚନା। ମୃତଦେହଗୁଡିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅନୁଗାମୀମାନଙ୍କର ବୋଲି ଜଣାପଡିଛି। ଅନାହାରରେ ରହି ଏହି ଖ୍ରୀଷ୍ଟଧର୍ମୀ ଅନୁଗାମୀଙ୍କ ମୃତ୍ୟୁ ଘଟିଛି।
ପ୍ରଭୁ ଯୀଶୁଙ୍କୁ ପ୍ରାପ୍ତ କରିବାକୁ ହେଲେ ଉପବାସ କରିବାକୁ ପଡିବ, ଜଣେ ଧାର୍ମିକ ନେତା ଏପରି କହିବାରୁ ଅନୁଗାମୀମାନେ ଭୋକିଲା ରହିଥିଲେ। ଫଳରେ ସେମାନଙ୍କ ମୃତ୍ୟୁଘଟିଛି। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 403 ରେ ପହଞ୍ଚିଛି। ଆଞ୍ଚଳିକ କମିଶନର ରୋଡସ୍ ଓନିଆଚା କହିଛନ୍ତି ଯେ, ଆତ୍ମଘୋଷିତ ଧାର୍ମିକ ନେତା ପଲ୍ ନଥେଙ୍ଗ ମ୍ୟାକେଙ୍କି ପ୍ରରୋଚନାରେ ଅନୁଗୀମାନେ ଏପରି ନିଷ୍ପତ୍ତି ନେଇଥିଲେ।
ପୁଲିସର କହିଛି ଯେ, ଭଗବାନକୁ ହେଲେ ଅନାହାରରେ ରହି ମୃତ୍ୟୁକୁ ବରଣ କରିବାକୁ ପଡିବ ବୋଲି ନଥେଙ୍ଗ ଅନୁଗାମୀମାନଙ୍କୁ କହିଥିଲେ। ଏହାପରେ ଶହ ଶହ ଅନୁଗାମୀ ସେଠାରେ ଭୋକରେ ରହିଥିଲେ। ଦୀର୍ଘଦିନ ଅନାହାରରେ ରହିବା ପରେ ଶେଷରେ ସେମାନଙ୍କର ମୃତ୍ୟୁ ଘଟିଛି। ଅପ୍ରେଲ 13 ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେବେଠାରୁ ଜଙ୍ଗଲରେ କବର ଖୋଜା ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି।
ଶବ ବ୍ୟବଚ୍ଛେଦ ପରେ ଅନାହାର କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ତେବେ ଶିଶୁଙ୍କ ସମେତ କିଛି ଲୋକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ପୋଷ୍ଟମୋଟମ୍ ରିପୋର୍ଟରୁ ଜଣାପଡିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛି। ଜୁଲାଇ 3 ରେ, କୋର୍ଟ ଏକ ଅଭିଯୁକ୍ତର ଗିରଫଦାରୀକୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଆତ୍ମଘୋଷିତ ଧାର୍ମିକ ନେତା ପଲ୍ ନଥେଙ୍ଗ ମ୍ୟାକେଙ୍କିଙ୍କ ବିରୋଧରେ ଆତଙ୍କବାଦ କିମ୍ବା ନରସଂହାର ମାମଲା ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.