ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

add-all

ଫୁଲବାଣୀ : ବିଜୁ ଜନତା ଦଳ ଫୁଲବାଣୀ ତରଫରୁ ଫୁଲବାଣୀ ମେନ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟଳୟ ଠାରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବିଜେଡିର ସମସ୍ତ କର୍ମକର୍ତ୍ତା ଦୁଇ ମିନଟ ନୀରବ ପ୍ରାର୍ଥନା ପୂର୍ବକ ଘୁ ଉଦୟଗିରି ଅଧ୍ୟକ୍ଷା ସ୍ୱର୍ଗତ ଭାନୁ ପ୍ରଭା ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ l ପରେ ପରେ ସମସ୍ତ କର୍ମୀ ତାଙ୍କର୍ ଦଳ ପ୍ରତିଥିବା ଆନୁଗତ୍ୟ ଓ ନିଷ୍ଠାପର ସେବା ଏବଂ ନେତୃତ୍ୱ ସ୍ମୃତି ଚାରଣ କରିଥିଲେ l ଗତବର୍ଷ ସେ ବିଜେଡି ଟିକଟରେ ଲଢ଼ି ଘୁ. ଉଦୟଗିରି ଏନ୍ଏସି ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ । ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ୪ ନମ୍ବର ୱାର୍ଡ଼ କାଉନସିଲର, ଦ୍ଵିତୀୟ ଥର ୧୦ ନମ୍ବର ୱାର୍ଡ଼ କାଉନସିଲର୍ ଭାବେ ନିର୍ବାଚିତ ହୋଇ ଉପାଧ୍ୟକ୍ଷା ଦାୟିତ୍ବ ତୁଲାଇଥିଲେ ।ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ ବୋଲି ସଭାପତି ଶ୍ରୀ କର୍ଣ୍ଣ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନଗର ସଭାପତି ବିମଳ ପାଢି, ମହିଳା ସଭାନେତ୍ରୀ ପୁନମ କହଁର,
ପୌର ଉପାଧ୍ୟକ୍ଷା ପାୟଲ ବେହେରା,ସାଧାରଣ ସମ୍ପାଦକ କମଳ କୁମାର ବେହେରା, ମାଧବୀ ମିଶ୍ର,ସଂଖ୍ୟ ଲଘୁ ସେଲର ମହମ୍ମଦ ୟାସିନି ବେଗ, ଛାତ୍ର ସଭାପତି ସୁନୀଲ ସେଠି,ସୁଧୀର କହଁର,
ଟୁକୁନ୍ଦର ସେଠି ଯୁବ ଉପ ସଭାପତି ବିଷ୍ଣୁ ବେହେରା ରବି ଷଡ଼ଙ୍ଗୀ ଦାରୁଣ ବେହେରା, ମୃତ୍ୟୁଞ୍ଜୟ ପେରାଙ୍କ ସମେତ ସବୁ ୱାର୍ଡର କାଉନସିଲର ମାନେ ଓ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.