ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର

add-all

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି କବାଟ। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଗ୍ରାମବାସୀଙ୍କ ହାତରେ ଏବେ ବାଡି ବାଉଁଶ। ଜଣେ କି ଦୁଇ ଜଣ ନୁହଁ ୨୭ ଜଣଙ୍କୁ କାମୁଡି କ୍ଷତବିକ୍ଷତ କରି ଦେଇଛି ଏହି ନର ହନ୍ତା ଶିଆଳ। ମଣିଷ ତ ମଣିଷ ଏମିତିକି ଗୃହ ପାଳିତ ପଶୁ ଓ କୁକୁରଙ୍କୁ ମଧ୍ୟ ଛାଡ଼ିନାହିଁ ହିଂସ୍ର ଶିଆଳ।

ଏଭଳି ଘଟଣା ଦେଖାଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନ ଅଧୀନ ନିଆଳ, ଶାସନ, ଗୌଡ଼ପଟଣା ଗାଁରେ। ଗତ ଦୁଇ ଦିନ ହେବ ଏହି ଅଞ୍ଚଳରେ ଉତ୍ପାତ ଜାରି ରଖିଛି ହିଂସ୍ର ଶିଆଳ। ଏମିତିକି ରାସ୍ତାରେ ଯାଉଥିବା ବୋଲବମ୍ ଭକ୍ତଙ୍କୁ କାମୁଡି କ୍ଷତବିକ୍ଷତ କରିଛି। ଏହାକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ କିପରି ଶିଆଳ ଦାଉରୁ ନିଜେ ବଞ୍ଚିବା ସହ ଗୃହପାଳିତ ପଶୁକୁ ରକ୍ଷା କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦିନ ରାତି ସବୁ ବେଳେ ଗାଁ ଲୋକେ ଠେଙ୍ଗା ବାଡି ଧରି ଯିବା ଆସିବା କରୁଛନ୍ତି। ଘରର ଦୈନନ୍ଦିନ କାମ ସମୟରେ ଗୃହିଣୀମାନେ ଠୋଙ୍ଗାକୁ ସାଥିରେ ରଖୁଛନ୍ତି। ଗତକିଛି ଦିନ ହେବ ଗାଁ ଲୋକଙ୍କୁ ଆତର୍କିତ ଆକ୍ରମଣ କରି ଲହୁଲୁହାଣ କରୁଛି ଶିଆଳ। ଅନ୍ୟପଟେ ଶିଆଳ କାମୁଡିବା ଇଞ୍ଜେକ୍ସନ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନଥିବାରୁ ଇଞ୍ଜେକ୍ସନ ପାଇଁ ଆହତମାନଙ୍କୁ କଟକ ଯିବାକୁ ପଡୁଛି। ସମସ୍ତ ଆହତମାନେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ତାନାନ୍ତରିତ ହେଉଛନ୍ତି। ପ୍ରଶାସନ ଓ ବନବିଭାଗ ଏଥିପ୍ରତି ଦୃଷ୍ଚି ଦେବାକୁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.