ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

add-all

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କଟକ, ଯାଜପୁର, ଖୋର୍ଦ୍ଧା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଯିବାର ସମ୍ଭାବନା ଥିବା ବେଳେ ସହରାଞ୍ଚଳରେ ଟ୍ରାଫିକ୍ ଜାମ ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ସେହିପରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୪୦ ରୁ ୫୦କିମି ବେଗରେ ଝଡ଼ପବନ ସମ୍ଭାବନା ହେତୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮ଟା ୩୦ ସୁଦ୍ଧା ମାଲକାନଗିରି ସହରରେ ୧୮୩.୨ ମିମି ବର୍ଷା ରେକର୍ଡ କରାଯାଇଛି।

ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ଚିତ୍ରକୁଣ୍ଡାରେ ୧୯୯ ମିମି ବର୍ଷା ହୋଇଥିବା ବେଳେ, କୁରୁକୁଣ୍ଡାରେ ୧୮୫ ମିମି, ମାଲକାନଗିରି ସହରରେ ୧୮୩.୨ ମିମି, ପାଡିଆରେ ୯୫ ମିମି, ମାଥଲିରେ ୭୯ ମିମି ବର୍ଷା ରେକର୍ଡ କରାଯାଇଛି। ସୂଚନା ଥାଉକି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏମଭି-୩୭ ତଥା ତାର୍ଲକୋଟା ଗାଁରେ ଏକ କଲଭର୍ଟ ବୁଡ଼ିଯାଇଛି। ଫଳରେ ମାଲକାନଗିରି ଏବଂ ବାଲିମେଳା ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।

ad-week
Leave A Reply

Your email address will not be published.